Categories: ବାଣିଜ୍ୟ

ଏଫ୍‌ସିଆଇ ପକ୍ଷରୁ ଭିଜିଲାନ୍ସ ସଚେତନତା ସପ୍ତାହ

ଭୁବନେଶ୍ୱର,୬।୧୧: ଭାରତୀୟ ଖାଦ୍ୟ ନିଗମ(ଏଫ୍‌ସିଆଇ)ର ଆଞ୍ଚଳିକ କାର୍ଯ୍ୟାଳୟ ପକ୍ଷରୁ ଭିଜିଲାନ୍ସ ସଚେତନତା ସପ୍ତାହ ନିକଟରେ ପାଳିତ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ ବିଭିନ୍ନ କାର୍ଯ୍ୟକ୍ରମମାନ ଆୟୋଜନ କରାଯାଇଥିଲା। ଏପରିକି ସଚେତନତା ସମ୍ବନ୍ଧୀୟ ବିଷୟରେ କୁଇଜ, ବିତର୍କ, ପେଣ୍ଟିଂ ଆଦି ଉପରେ ତାଲିମ ଅଧିବେଶନ ସହ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। କାର୍ଯ୍ୟାଳୟର କର୍ମଚାରୀମାନେ ବହୁ ଉତ୍ସାହରେ ଅଂଶଗ୍ରହଣ କରିଥିବାବେଳେ ମୁଖ୍ୟ ଅତିଥି ପୋଲିସ କମିଶନର ସାୈମେନ୍ଦ୍ର ପ୍ରିୟଦର୍ଶୀ ଯୋଗଦେଇଥିଲେ। ସମାଜରୁ ଦୁର୍ନୀତି ଏବଂ ଅପରାଧକୁ ମୂଳୋତ୍ପାଟନ କରିବା ପାଇଁ ନାଗରିକଙ୍କ ମଧ୍ୟରେ ସଚେତନତା ସୃଷ୍ଟି ନେଇ ସେ ଗୁରୁତ୍ୱାରୋପ କରିଥିଲେ। ଏଫ୍‌ସିଆଇର ଜେନେରାଲ ମ୍ୟାନେଜର ବାନୋଥ ପ୍ରେମ ସିଂ ନାଗରିକମାନଙ୍କୁ ଦୁର୍ନୀତି ଉପରେ ସଚେତନ କରିବାର ଆବଶ୍ୟକତା ବିଷୟରେ କହିଥିଲେ। ଭିଜିଲାନ୍ସ ଡେପୁଟି ଜେନେରାଲ ମ୍ୟାନେଜର ଅଭିନବ ଆନନ୍ଦ ଧନ୍ୟବାଦ ଅର୍ପଣ କରିଥିଲେ।

Share