‘ଭିଜିଲାନ୍ସ’ ପ୍ରଚାର ବେଶି, ଫଳ କମ୍‌

ସହଦେବ ସାହୁ

ହରିନାମ କୀର୍ତ୍ତନାଦି ଶେଷରେ ପ୍ରସାଦ ପାଇଁ ପରସ୍ପର ଉପରେ ପଡ଼ି ଛଡ଼ାଛଡ଼ି ହୋଇ ଖାଇବାର ଏକ ଉତ୍ସବକୁ ମଧ୍ୟଯୁଗରେ ହରିଲୁଟ୍‌ କୁହାଯାଉଥିଲା। ଏ ଉତ୍ସବରେ ଦାତାଙ୍କ ଦ୍ୱାରା ପ୍ରଦତ୍ତ ପ୍ରସାଦର ବଣ୍ଟନ ଆରମ୍ଭ ହେଲା କ୍ଷଣି ଭକ୍ତମାନେ ଟଣାଟଣି କରି ପ୍ରସାଦ ଛଡ଼ାଇ ନେଉଥିବାର (ଅର୍ଥାତ୍‌ ଲୁଟ୍‌ କରିବାର) ଏକ ପରମ୍ପରା ଅଛି। ଲୁଟ୍‌ ଆରବିକ ଶବ୍ଦ ଓଡ଼ିଆରେ ବହୁଳ ବ୍ୟବହୃତ। ହରି ବଦଳରେ ଶାସକ ଦଳ, ଦାତା ବଦଳରେ ଦଳର ସୁପ୍ରିମୋ ବା ହାଇକମାଣ୍ଡ, ପ୍ରସାଦ ବଦଳରେ ସରକାରୀ ଯୋଜନା, ଭକ୍ତ ବଦଳରେ ଉପଭୋକ୍ତା ଓ ଉପଭୋକ୍ତାଙ୍କୁ ସୁପାରିସ କରୁଥିବା ଶାସକଦଳର ପ୍ରତିନିଧି ଏବଂ କୀର୍ତ୍ତନର ଆଧୁନିକ ପରିଭାଷା ହେଉଛି ଶାସକଦଳ ନେତାଙ୍କ ନୀତି ସପକ୍ଷରେ ଓକାଲତି (ସଭା ହେଉ କି ଟିଭିର ଲାଇଭ୍‌ ଆଲୋଚନା ହେଉ, ସେଠାରେ ବି)ା ଗ୍ରାମପଞ୍ଚାୟତ ୱାର୍ଡ ମେମ୍ବରଠାରୁ ଆରମ୍ଭ କରି ଏମ୍‌ଏଲ୍‌ଏ ଓ ଏମ୍‌ପି ଯାଏ ଶାସକଦଳର ସ୍ଥାନୀୟ ପ୍ରତିନିଧି ଉପଭୋକ୍ତାକୁ ଚିହ୍ନଟ (ସୁପାରିସ) କରିବାର ଭଡ଼ା (ଅର୍ଥଶାସ୍ତ୍ରରେ ରେଣ୍ଟିଂ) ଆଦାୟ କରନ୍ତି; ଯେଉଁ କର୍ମଚାରୀମାନଙ୍କ ଜରିଆରେ ସରକାରୀ ଅନୁଦାନ ମିଳିବ ସେ କାହିଁକି ରିସ୍‌ପତ ନ ନେବ? ଲେଜିସ୍ଲେଟିଭ୍‌ ଶାଖାର ଲୋକ ହୋଇ ଦଳର ପ୍ରତିନିଧିମାନେ ଏକ୍‌ଜିକ୍ୟୁଟିଭ୍‌ କାମ କରାଇନିଅନ୍ତି। ବଡ଼ ଠିକା ହେଉ କି ନଗଣ୍ୟ ପାଇଖାନା ହେଉ ତାହା ପାଇବା ପାଇଁ ଯୋଗ୍ୟତା ସାର୍ଟିଫିକେଟ୍‌ ଭାବେ କାମ କରେ ରାଜନେତାଙ୍କ ସୁପାରିସ ଓ ସୁପାରିସ ତଳେ ଲୁଚିରହିଥିବା ରେଣ୍ଟିଂ ବା ପ୍ରଭାବର ଭଡ଼ା। ଦଳ ବି ଲେଜିସ୍ଲେଚର୍‌ ଜରିଆରେ ଏଥିପାଇଁ ଆଇନ କରିନିଏ- ବିଧେୟକ ହିସାବରେ ପାରିତ କରିନେଇ ଅଥବା ରୁଲ୍‌ସ ଆକାରରେ ଗୃହର ମେଜ ଉପରେ ପନ୍ଦର କି କୋଡ଼ିଏ ଦିନ ଥୋଇଦେଇ। ଉପୁରି ମିଳୁଥିବା ବ୍ୟବସ୍ଥାକୁ କାହିଁକି କେଉଁ ଦଳ ମନା କରିବ! ଦେଶରେ ଭ୍ରଷ୍ଟାଚାର ଚାଷ କରିବାରେ ସରକାରୀ କୃଷି (କଲ୍ଚର୍‌)ରେ ବାଳୁଙ୍ଗା ବୁଣିବାରେ ରାଜନୈତିକ ଦଳମାନେ ମହାନ୍‌ କୃଷକ! ଦେଶ ଧରାତଳକୁ ଯାଉ, ଦଳ ତ ଗାଦିରେ ରହିବ! ଏଭଳି କାରବାର ଏକ୍‌ଜିକ୍ୟୁଟିଭ୍‌ ଶାଖାର ଯେଉଁ ସରକାରୀ ଅଧିକାରୀ ଦେଖି ବି ଆପତ୍ତି କରେନାହିଁ ସେ କାହିଁକି ତା’ କାମ ପାଇଁ ରେଣ୍ଟିଂ ନ ନେବ? ଭ୍ରଷ୍ଟାଚାରର ଭଦ୍ର ଶବ୍ଦ ରେଣ୍ଟିଂ ନାମରେ (ଅର୍ଥନୀତି ଶାସ୍ତ୍ରରେ) ଅଭିହିତ।
ରାଜ୍ୟ ସରକାରଙ୍କ ବ୍ୟାପାର ନିୟମ (ରୁଲ୍‌ସ ଅଫ୍‌ ବିଜ୍‌ନେସ୍‌) ଅନୁସାରେ ଭିଜିଲାନ୍ସ ସାଧାରଣ ପ୍ରଶାସନ ବିଭାଗ ଅଧୀନରେ କାମ କରେ: ସରକାରୀ ଅଧିକାରୀ ବା ସରକାରୀ ସାହାଯ୍ୟପ୍ରାପ୍ତ ସଂଗଠନ ଯେପରି ଭ୍ରଷ୍ଟାଚାର ନ କରନ୍ତି ତା’ ଉପରେ ନଜର ରଖିବା ମାନେ ଭିଜିଲାନ୍ସ କାମ: ସେହି କାରଣରୁ ପ୍ରତ୍ୟେକ ବିଭାଗରେ ଓ ପ୍ରତି ରାଷ୍ଟ୍ରାୟତ୍ତ କମ୍ପାନୀରେ ଭିଜିଲାନ୍ସ ଅଧିକାରୀ ନିଯୁକ୍ତ ଅଛନ୍ତି; ପ୍ରାୟ ସବୁ ଅର୍ଥ ମଞ୍ଜୁରି-ନଥି ସେମାନଙ୍କ ଜରିଆରେ ବିଭାଗୀୟ ମୁଖ୍ୟଙ୍କ ମଞ୍ଜୁରି ପାଇଁ ଯାଏ। କେବେ ଏହି ଭିଜିଲାନ୍ସ ଅଧିକାରୀମାନେ କୌଣସି ଅଧିକାରୀଙ୍କୁ ଧରିଥିବା ଖବର ଆପଣ ପାଉଛନ୍ତି କି? ଲାଞ୍ଚ କାରବାର ହେଉଥିବା ବେଳେ ଧରିବା ଖବର ଆମେ ଶୁଣୁ, ଘୁସ୍‌ ଦାବିରେ ଲୋକ ଅତିଷ୍ଠ ହୋଇ ଭିଜିଲାନ୍ସ ବିଭାଗ ପାଖରେ ଶରଣ ପଶନ୍ତି ବୋଲି ‘ରେଡ୍‌ ହାଣ୍ଡେଡ୍‌’ ଧରାପଡ଼େ (ନୋଟ ଉପରେ ବୋଳାହୋଇଥିବା କେମିକାଲ୍‌ ଲାଞ୍ଚନେଉଥିବା ଅଧିକାରୀର ହାତରେ ଲାଗିଯାଉଥିବାରୁ ଓ ତାହା ପାଣି ପଡ଼ିଲେ ପାପୁଲି ଲାଲ ଦିଶୁଥିବାରୁ ଏ ଧରପଗଡ଼ର ଏପରି ନାମ)ା କାହା ଉପରେ ନିର୍ଭର ନ କରି ନିଜ ନଜରରେ ଭ୍ରଷ୍ଟାଚାର କାର୍ଯ୍ୟକୁ ଧରିନେବା ହିଁ ଭିଜିଲାନ୍ସ! ତାହା କେବେ ହେଉନାହିଁ, ବରଂ ପ୍ରତି ଭ୍ରଷ୍ଟାଚାରସୁରାକ ଭିଜିଲାନ୍ସ ବିଭାଗର କେତେକ ଅଧିକାରୀଙ୍କୁ ଅଯାଚିତ ଧନୀ କରିଥାଏ। ପବ୍ଲିକ୍‌ ସର୍ଭାଣ୍ଟ ଲାଞ୍ଚନେବା ଭଳି ପରିସ୍ଥିତିକୁ ଭିଜିଲାନ୍ସ ରୋକିବା କଥା! ତାହା କେବେ ହେଉନାହିଁ। ବିଭାଗଟିଏ ଅଛି ବୋଲି କିଛି କାମ ଦେଖାଇବା କଥା, ତେଣୁ ଆୟବହିର୍ଭୂତ ସମ୍ପତ୍ତିକୁ ଧରୁଛି, ଏଥିରେ ପବ୍ଲିକ୍‌ ସର୍ଭାଣ୍ଟଙ୍କ କୁଟୁମ୍ବଙ୍କ ସମ୍ପତ୍ତି ମିଶିଥିବାର ପ୍ରମାଣ ମିଳିଲେ ପବ୍ଲିକ୍‌ ସର୍ଭାଣ୍ଟର ଦୋଷ ଲାଘବ ହୋଇଯାଏ। ଅର୍ଥାତ୍‌ ଭିଜିଲାନ୍ସ ସାଧାରଣ ପୋଲିସ୍‌ର କାମ କରୁଛି!
ଭାରତୀୟ ପିଙ୍ଗଳ ସଂହିତାର ୨୧ ଧାରାରେ ଲୋକପ୍ରତିନିଧିମାନେ ପବ୍ଲିକ୍‌ ସର୍ଭାଣ୍ଟ ନୁହନ୍ତି, କିନ୍ତୁ ଭ୍ରଷ୍ଟାଚାର-ନିରୋଧ ଆଇନ, ୧୯୮୪ ପାରିତ ହେବା ପରଠୁ ଏମ୍‌ଏଲ୍‌ଏ ଓ ଏମ୍‌ପିମାନଙ୍କୁ ପବ୍ଲିକ୍‌ ସର୍ଭାଣ୍ଟ ଧରାଯାଉଛି। ସେମାନଙ୍କ ଭିତରୁ କେତେ ଜଣ ଭିଜିଲାନ୍ସ ଧରିଲାଣି? କାହା ଉପରେ ଛାପା ମାରିଲେ ତାହାର ବ୍ୟକ୍ତିଗତ ଗୋପନୀୟତା କ୍ଷୁଣ୍ଣ ହେବ ବୋଲି ଭିଜିଲାନ୍ସ ଅଫିସର୍‌ମାନେ କୋର୍ଟର ଅର୍ଡର ନିଅନ୍ତି, ପୁଣି ବିଭିନ୍ନ ସନ୍ଦିଗ୍ଧ ସ୍ଥାନରେ ଛାପା ମାରିବା ପାଇଁ ବହୁତ ଅଫିସର ଦରକାର; ତେଣୁ ଲିକ୍‌ (ଗୋପନରେ ଖବର ପ୍ରଚାର) ହେବାର ସମ୍ଭାବନା ଅଛି; ତେଣୁ ସମ୍ଭାବ୍ୟ ଧରପଗଡ ଜାଣି ଭ୍ରଷ୍ଟାଚାରୀ ତା’ ଧନକୁ ଲୁଚାଇ ରଖିବାର ଚେଷ୍ଟା କରିଥାଏ। ପୁଣି ପବ୍ଲିକ୍‌ ସର୍ଭାଣ୍ଟ ଶାସକ ଦଳର ପ୍ରଭାବୀ ଲୋକ ବା ଅମଲାତନ୍ତ୍ରର ଉଚ୍ଚ ପଦବୀବାଲା ହୋଇଥିଲେ ମୁଖ୍ୟମନ୍ତ୍ରୀଙ୍କ ଆଦେଶ ଦରକାର। ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଜଉମୁଦଦିଆ ନଥିକୁ ଖୋଲି ଭିତରେ ଆଖି ପକାଇପାରେ ଓ ତା’ର ସାଙ୍ଗସାଥୀକୁ ଜଣାଇ ଦେଇ ଧରାଧରିକୁ ଭଣ୍ଡୁର କରିପାରେ! ସମ୍ପୃକ୍ତ ପବ୍ଲିକ୍‌ ସର୍ଭାଣ୍ଟ ଯଥାସମୟରେ ମୁଖ୍ୟମନ୍ତ୍ରୀ ବା ମୁଖ୍ୟମନ୍ତ୍ରୀଙ୍କୁ ପ୍ରଭାବିତ କରିପାରୁଥିବା ରାଜନେତା ବା କୁଟୁମ୍ବଙ୍କୁ ଧରିପାରେ।
ପି. ଭି. ନରସିଂହ ରାଓଙ୍କ ସରକାରକୁ ପତନରୁ ରକ୍ଷା କରିବା ପାଇଁ ଝାଡଖଣ୍ଡ ମୁକ୍ତି ମୋର୍ଚ୍ଚାର ଏମ୍‌ପିମାନେ (ଆମ ରାଜ୍ୟର କେନ୍ଦୁଝର ସାଂସଦ ମୁଣ୍ଡା ବି ଅନ୍ତର୍ଭୁକ୍ତ ଥିଲେ) ଦୁର୍ନୀତି ନିବାରଣ ଆଇନରେ ଦୋଷୀ ସାବ୍ୟସ୍ତ ହୋଇଥିଲେ, ସୁପ୍ରିମ୍‌ କୋର୍ଟ ଏପରି ବିଚାର କରିଥିଲେ ହେଁ ଲାଞ୍ଚ ନେଇଥିବା ଏମ୍‌ପିମାନଙ୍କୁ ଦଣ୍ଡିତ କଲେ ନାହିଁ, କାରଣ ସେମାନେ ଟଙ୍କାର ମୁଣି ନେଇ ତା’ ବଦଳରେ ସଂସଦରେ କାମ କରିଛନ୍ତି, ପଇସା ନେଇ ଉଦ୍ଦିଷ୍ଟ କାମ କରିଦେଲେ ତା’ ପାରିଶ୍ରମିକ ହୋଇଗଲା ବୋଧହୁଏ! ଲାଞ୍ଚ ଦେଇଥିବା ଲୋକ ଦୋଷୀ ହେଲା। ଏ ଏକ ଅଦ୍ଭୁତ ବିଚାର, ଯାହା ସାଧାରଣ ଜନତା ଗ୍ରହଣ କରିନାହାନ୍ତି।
ସମ୍ପତ୍ତି ଠୁଳ ହୋଇଗଲା ପରେ ହିଁ ଆୟବହିର୍ଭୂତ ବୋଲି କଳନା କରିହେବ, ତାହା ତ ଭିଜିଲାନ୍ସ ନୁହେଁ ସାଧାରଣ ପୋଲିସିଙ୍ଗ, କନ୍ତୁ ଭିଲାନ୍ସ ପୋଲିସ୍‌ ଧରିଲା ବୋଲି ପ୍ରେସ୍‌ନୋଟ୍‌ ବାହାର କରିଦିଆଯାଉଛି, ଏ ଭୁଆଁ ବୁଲେଇବା ନୁହେଁ କି? ଭିଜିଲାନ୍ସ ଯେ ‘ଅପରାଧ ଘଟୁଥିବା ସମୟର ନଜର’ ତା ଭୁଲିଯାଉଛୁ ! ନିର୍ବାଚନ ସମୟର ବିଶ୍ଲେଷଣରେ ତ ଆସୋସିଏଶନ ଫର୍‌ ଡିମୋକ୍ରାଟିକ୍‌ ରିଫର୍ମ (ଏଡିଆର୍‌) ଓ ଓଡ଼ିଶା ଇଲେକ୍ସନ୍‌ ୱାଚ୍‌ ପ୍ରାର୍ଥୀମାନଙ୍କ ସତ୍ୟପାଠ ଉପରେ କେଉଁ ପ୍ରାର୍ଥୀ କେତେ ସମ୍ପତ୍ତି କରିଛନ୍ତି ତାହା ଦର୍ଶାଇଥାଆନ୍ତି। ଭିଜିଲାନ୍ସ କେବେ ଆୟବହିର୍ଭୂତ ମାମଲାରେ ବିଧାୟକ ବା ସାଂସଦଙ୍କୁ ଧରିଲାଣି କି? ଷଷ୍ଠ ବେତନ କମିଶନଙ୍କ ସୁପାରିସ୍‌ ପୂର୍ବରୁ ତ ଅଫିସରମାନଙ୍କ ଦରମା ସାମାନ୍ୟ କେଇ ହଜାର ଟଙ୍କାରେ ସୀମିତ ଥିଲା, ସେତେବେଳେ ଯେଉଁମାନେ ସମ୍ପତ୍ତି ଠୁଳ କରିଛନ୍ତି ସେମାନେ ପଦପଦବୀର ଅପବ୍ୟବହାର କରିନାହାନ୍ତି କି? ଭିଜିଲାନ୍ସର ଧରାଧରି ଭ୍ରଷ୍ଟାଚାରୀର ଧରାଧରି ଦ୍ୱାରା ପ୍ରତିହତ ହୋଇପାରେ।
sahadevas@yahoo.com


Enter your email to get our daily news in your inbox.

All Right Reserved By Dharitri.Com

ଆଧୁନିକ ମଣିଷ ଓ ଗୃହସ୍ଥାଶ୍ରମ

ପ୍ରତ୍ୟେକ ବ୍ୟକ୍ତିକୁ ଜୀବନରେ ୪ଟି ଆଶ୍ରମର ଅନୁପାଳନ କରିବାକୁ ହୁଏ। ସେଗୁଡିକ ହେଲା ବ୍ରହ୍ମଚର୍ଯ୍ୟାଶ୍ରମ, ଗୃହସ୍ଥାଶ୍ରମ, ବାନପ୍ରସ୍ଥାଶ୍ରମ ଓ ସନ୍ନ୍ୟାସାଶ୍ରମ। ବ୍ରହ୍ମଚର୍ଯ୍ୟାଶ୍ରମରେ ଗୁରୁକୁଳରେ ଶୈଶବୋତ୍ତର ତାରୁଣ୍ୟକୁ...

ଏସିଡ୍‌ ଆଟାକ୍‌ ଓ ଆଇନ ବ୍ୟବସ୍ଥା

ଆଜିକାଲି ମହିଳାମାନେ ଘର ଚଳାଇବାଠାରୁ ଆରମ୍ଭ କରି ଚନ୍ଦ୍ରକୁ ଯିବା ଭଳି କାର୍ଯ୍ୟ କଲେଣି। ହେଲେ ସେମାନଙ୍କୁ କଷ୍ଟ ବା ନିର୍ଯାତନା ଦେବା ବନ୍ଦ ହୋଇନି।...

ତାଲିବାନ୍‌ର ଲିଙ୍ଗଗତ ଭେଦଭାବ

ଆଫଗାନିସ୍ତାନର ତାଲିବାନ୍‌ ନେତାମାନଙ୍କର ବିଶ୍ୱାସ ଯେ କେବଳ ଇସ୍‌ଲାମ୍‌ର ମତ ହିଁ ବୈଧ। ସେଥିପାଇଁ ସେମାନେ ବିଭିନ୍ନ ଆଦେଶ ଜାରି କରି ଚାଲିଛନ୍ତି ଯାହା ଦେଶର...

ସାଧୁ ସାବଧାନ

ର୍ବାଚନ ପୂର୍ବରୁ ଓ ନିର୍ବାଚନ ପରେ ନେତାମାନଙ୍କର ଲୋକଙ୍କ ପ୍ରତି ବ୍ୟବହାର ଭିତରେ ଏତେ ଫରକ ହେବ ବୋଲି ଆଗରୁ ସାଧାରଣ ଲୋକେ ଭାବିପାରୁ ନ...

ପ୍ରାଣବର୍ଷା

ଗୀତାରେ ଭଗବାନ କୃଷ୍ଣ କହନ୍ତି, ‘ଯଜ୍ଞାଦ ଭବତି ପର୍ଜନ୍ୟଃ’ ଅର୍ଥାତ୍‌ ଯଜ୍ଞ ଦ୍ୱାରା ପର୍ଜନ୍ୟ ବର୍ଷା ହୁଏ। ଲୋକେ ବର୍ଷାର ଅର୍ଥ ପାଣିବର୍ଷାକୁ ବୁଝନ୍ତି, ଏହା...

ହିନ୍ଦୁଙ୍କ ସାଦା ଖାଦ୍ୟ

ଓଡ଼ିଶାରେ ଯଦି ଆପଣ ଶାକାହାର ଖାଦ୍ୟ ଖାଇବାକୁ ଚାହାନ୍ତି, ତେବେ ‘ସାଦା’ ଖାଦ୍ୟ ମାଗିବାକୁ ପଡ଼େ। ଯେତେବେଳେ ବୌଦ୍ଧଧର୍ମ ଏବଂ ଜୈନଧର୍ମ ଓଡ଼ିଶାର ପ୍ରମୁଖ ଧର୍ମ...

ଏଇ ଭାରତରେ

ଭାରତରେ ଏବେ ଅନେକ ସହରରେ ବାୟୁ ପ୍ରଦୂଷଣ ଅସହ୍ୟ ହୋଇପଡ଼ିଛି। ବିଶେଷକରି ଦିଲ୍ଲୀରେ ବାହାରକୁ ବାହାରିବା ବିପଜ୍ଜନକ ହୋଇଯାଇଛି। ସ୍କୁଲ ବନ୍ଦ କରିବାକୁ ପଡ଼ୁଛି। ଏବେ...

ବ୍ୟାଙ୍କିଙ୍ଗ୍‌ରେ ସାଇବର ସୁରକ୍ଷା

ବର୍ତ୍ତମାନ ବ୍ୟାଙ୍କିଙ୍ଗ୍‌ କ୍ଷେତ୍ରରେ ସାଇବର ସୁରକ୍ଷାର ଆବଶ୍ୟକତା ବହୁତ ବେଶି। କାରଣ ଲୋକମାନେ ସମୟ ଅଭାବରୁ ଅନ୍‌ଲାଇନ ମାଧ୍ୟମରେ ବ୍ୟାଙ୍କ କାରବାର କରୁଛନ୍ତି। ଆଉ ସାଇବର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri