ଲାଞ୍ଚ ନେଉଥିବାବେଳେ ଆରଆଇଙ୍କୁ ମାଡ଼ିବସିଲା ଭିଜିଲାନ୍ସ

ଖୋର୍ଦ୍ଧା,୫।୭(ପ୍ରଭାତ ପାଣିଗ୍ରାହୀ): ଲାଞ୍ଚ ନେବା ବେଳେ ଧରାପଡିଲେ ବେଗୁନିଆ ତହସିଲ ସିକୋ ଆରଆଇ ବିଶେଶ୍ୱର ରାଏ ବେହେରା ୨୦ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଓଡିଶା ଭିଜିଲାନ୍ସ ଟିମ ଦ୍ବାରା ଧରାପଡି ଗିରଫ ହୋଇଛନ୍ତି।
ଜଣେ ଅଭିଯୋଗକାରୀଙ୍କ ଠାରୁ ସରକାରୀ ଜମିରୁ ଗଛ କାଟିବା କାରଣରୁ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଧମକ ଦେଇ ଲାଞ୍ଚ ମାଗିଥିଲେ। ଏନେଇ ସଂପୃକ୍ତ ବ୍ୟକ୍ତି ଭିଜିଲାନ୍ସରେ ଅଭିଯୋଗ କରିଥିଲେ। ଆଜି ନିଜସ୍ବ କାର୍ଯ୍ୟାଳୟରେ ଲାଞ୍ଚ ନେଉଥିବା ବେଳେ ପୂର୍ବ ଯୋଜନା ଅନୁସାରେ ଛକି ରହିଥିବା ଟିମ ମାଡି ବସିଥିଲା। ତାଙ୍କ ଠାରୁ ରଙ୍ଗ ପ୍ରଲେପ ଦିଆ ଟଙ୍କା ଜବତ କରିଛନ୍ତି। ତାଙ୍କ ସରକାରୀ କାର୍ଯ୍ୟାଳୟ ସମେତ ୨ଟି ସ୍ଥାନରେ ଚଢାଉ ଜାରି ରହିଛି। ଏନେଇ ଭୁବନେଶ୍ବର ଭିଜିଲାନ୍ସ କାର୍ଯ୍ୟାଳୟରେ ୧୩/୨୪ରେ ଏକ ମାମଲା ରୁଜୁ ହୋଇଛି।

Share