କଟକ ଅଫିସ,୨୦।୬: ସୂଚନା ଅଧିକାର ଆଇନ୍ ପରିସରକୁ ଆସିବ ଭିଜିଲାନ୍ସ । ରାଜ୍ୟ ସରକାରଙ୍କ ସାଧାରଣ ପ୍ରଶାସନ ବିଭାଗ ବିଜ୍ଞପ୍ତିକୁ ହାଇକୋର୍ଟ ରଦ୍ଦ କରିଛନ୍ତି। ଦୁର୍ନୀତି ଓ ମାନବାଧିକାର ଉଲ୍ଲଂଘନ ସୂଚନା ଗୋପନୀୟ ନୁହେଁ ବୋଲ ହାଇକୋର୍ଟ କହିଛନ୍ତି। ସରକାରୀ ଭାବେ ସୂଚନା ଦେବା ଏକ ସାଧାରଣ କଥା । ତେବେ ସାଧାରଣ ପ୍ରଶାସନ ବିଭାଗର ବିଜ୍ଞପ୍ତିକୁ ନେଇ ରୁଜୁ ଏକ ମାମଲାର ବିଚାର କରି ମାନ୍ୟବର ହାଇକୋର୍ଟ ସୋମବାର ରାୟ ଶୁଣାଇଛନ୍ତି ।