Advertisement

ସହକାରୀ ଯନ୍ତ୍ରୀଙ୍କ ପୁଳା ପୁଳା ସମ୍ପତ୍ତି: ତିନି ବିଶାଳ କୋଠା ସହିତ ୧୮ ପ୍ଲଟ୍, କେଜିଏ ସୁନା ଜବତ

ଭୁବନେଶ୍ୱର,୩।୧୨: ମଙ୍ଗଳବାର ଭିଜିଲାନ୍ସ ଜାଲରେ ପଡିଛନ୍ତି ଜୟପୁର ସହକାରୀ ନିର୍ବାହୀ ଯନ୍ତ୍ରୀ ବିଶ୍ୱନାଥ ପାତ୍ର। ମାତ୍ର ଦଶ ବର୍ଷର ଚାକିରିରେ ସେ ଆୟ ବହିର୍ଭୁତ ସମ୍ପତ୍ତି ୧୮ ପ୍ଲଟ ସହିତ ପ୍ରାୟ ଏକ କେଜିଏ ସୁନା ନିଜ ସମ୍ପତ୍ତିରେ ଯୋଡ଼ିଛନ୍ତି। ମଙ୍ଗଳବାର ଭିଜିଲାନ୍ସ ବିଶ୍ୱନାଥଙ୍କର ଦୁଇଟି ଦୁଇ ମହଲା କୋଠା ଏବଂ ଏକ ତିନି ମହଲା ବିଶିଷ୍ଟ କୋଠାରେ ଚଢ଼ାଉ ପରେ ଏହି ତଥ୍ୟ ସାମ୍ନାକୁ ଆସିଛି।

ଅତିରିକ୍ତ ଅଧୀକ୍ଷକ ପୋଲିସ୍ (ଏସପି), ଦୁଇ ଡେପୁଟି ସୁପରିଣ୍ଟେଣ୍ଡେଣ୍ଟ୍ ପୋଲିସ୍ (ଡିଏସପି), ଆଠ ଜଣ ଇନ୍ସପେକ୍ଟର ଏବଂ ଭିଜିଲାନ୍ସ ବିଭାଗର ୬ ଜଣ ଆସିଷ୍ଟାଣ୍ଟ ସବ୍-ଇନ୍ସପେକ୍ଟର (ଏଏସ୍ଆଇ) କୁ ନେଇ ଭିଜିଲାନ୍ସର ଏକ ଟିମ୍ ଗଞ୍ଜାମ, ବ୍ରହ୍ମପୁର ଏବଂ ଜୟପୁର ସମେତ ଏକାଧିକ ସ୍ଥାନରେ ଚଢ଼ାଉ କରିଥିଲେ।

ଭିଜିଲାନ୍ସ ଅଧିକାରୀଙ୍କ କହିବାନୁସାରେ, ଜୟପୁର ଏବଂ ଗଂଜାମରେ ଦୁଇ ମହଲା କୋଠା ଏବଂ ଏକ ତିନି ମହଲା କୋଠା (୭୨୦୦ ବର୍ଗଫୁଟ) ଚିହ୍ନଟ ହୋଇଛି। ଏହା ବ୍ୟତୀତ ସହକାରୀ କାର୍ୟ୍ୟନିର୍ବାହୀ ଯନ୍ତ୍ରୀଙ୍କ ସମ୍ପତ୍ତି ଉପରେ ଚଢ଼ାଉ ବେଳେ ଏପର୍ୟ୍ୟନ୍ତ ୧୮ ଟି ପ୍ଲଟ୍ ଏବଂ ୮୫୦ ଗ୍ରାମ ସୁନା ମଧ୍ୟ ମିଳିଛି।

ସେହିପରି ୧୮ ଟି ପ୍ଲଟ୍ ଭୁବନେଶ୍ୱରର ୬ ଟି, ଜୟପୁର ସହରରେ ୧, ବ୍ରହ୍ମପୁର ସହରରେ ୧ ଏବଂ ଗଞ୍ଜାମର ଜଗନ୍ନାଥପ୍ରସାଦରେ ୧୦ ଟି ପ୍ଲଟ୍ ରହିଛି। ଏହାବାଦ ବ୍ୟାଙ୍କଜମା, ବୀମା, ଡାକ ଜମା ଏବଂ ଅନ୍ୟାନ୍ୟ କ୍ଷେତ୍ରରେ ମଧ୍ୟ ବିଶ୍ୱନାଥ ନିବେଶ କରିଛନ୍ତି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share