ଭିଜିଲାନ୍ସ ନିର୍ଦ୍ଦେଶକ ଦେବାଶିଷ ପାଣିଗ୍ରାହୀ ଗୁରୁତର

କଟକ ଅଫିସ,୮।୬: କରୋନାରେ ଆକ୍ରାନ୍ତ ହୋଇ କଟକ ଅଶ୍ୱିନୀ ହସ୍ପିଟାଲରେ ଚିକିତ୍ସାଧୀନ ଥିବା ଭିଜିଲାନ୍ସ ନିର୍ଦ୍ଦେଶକ ଦେବାଶିଷ ପାଣିଗ୍ରାହୀଙ୍କ ଅବସ୍ଥା ଗୁରୁତର ରହିଛି। ଉନ୍ନତ ଚିକିତ୍ସା ପାଇଁ ସୋମବାର ବିଳମ୍ବିତ ରାତିରେ ତାଙ୍କୁ ଏୟାର ଆମ୍ବୁଲାନ୍ସରେ କୋଲକାତାର ଏକ ଘରୋଇ ସୁପର ସ୍ପେଶିଆଲିଟି ହସ୍ପିଟାଲ୍କୁ ସ୍ଥାନାନ୍ତର କରାଯିବ। ଏଥିପାଇଁ ସମସ୍ତ ପ୍ରସ୍ତୁତି ସରିଛି ବୋଲି ଅଶ୍ୱିନୀ ହସ୍ପିଟାଲର ପଲମୋଲୋଜିଷ୍ଟି ଡା. ମାନସ ନାୟକ କହିଛନ୍ତି। ଗତ ୨୯ ତାରିଖରେ ପାଣିଗ୍ରାହୀ କରୋନାରେ ଆକ୍ରାନ୍ତ ହୋଇ ଅଶ୍ୱିନୀ କୋଭିଡ୍‌ ହସ୍ପିଟାଲରେ ଚିକିତ୍ସିତ ହୋଇଥିଲେ। ଅବସ୍ଥା ଗୁରୁତର ହେବାରୁ ତାଙ୍କୁ କୋଲକାତା ପଠାଯିବା ପାଇଁ ବ୍ୟବସ୍ଥା କରାଯାଇଛି। କୋଲକାତାର ସୁପର ସ୍ପେଶିଆଲିଟି ହସ୍ପିଟାଲର ଏକ ୫ ଜଣିଆ ଟିମ୍‌ ଅଶ୍ୱିନୀ ହସ୍ପିଟାଲରେ ପହଞ୍ଚି ତାଙ୍କ ସ୍ବାସ୍ଥ୍ୟାବସ୍ଥା ଯାଞ୍ଚ କରିଛି। କୋଲକାତା ସ୍ଥିତ ଉକ୍ତ ହସ୍ପିଟାଲରେ ଏକ୍‌ମୋ(ଏକ୍ସଟ୍ରାକର୍ପୋରିଲ ମେମ୍ବ୍ରାନ୍‌ ଅକ୍ସିଜେନେସନ) ବ୍ୟବସ୍ଥା ଥିବାରୁ ପାଣିଗ୍ରାହୀଙ୍କୁ ସେଠାକୁ ସ୍ଥାନାନ୍ତର କରାଯିବ।

Share