ଚଳିତ ବର୍ଷ ୧୬୬ ଜଣଙ୍କୁ  ବାନ୍ଧିଛି  ଭିଜିଲାନ୍ସ: ୧୨୪କୋଟି ଟଙ୍କାର ଆୟବର୍ହିଭୂତ ସମ୍ପତ୍ତି ଜବତ

ଭୁବନେଶ୍ୱର ୩୧।୧୨: ୨୦୨୩ରେ ଭିଜିଲାନ୍ସ ବିଭାଗକୁ  ଅନେକ ଅଭୂତପୂର୍ବ ସଫଳତା ମିଳିଛି। ଚଳିତବର୍ଷ ୧୬୬ ଜଣଙ୍କୁ ଭିଜିଲାନ୍ସ ବିଭାଗ ଆୟବର୍ହିଭୂତ ସମ୍ପତ୍ତି ଠୁଳ ମାମଲାରେ ଗିରଫ କରିଛି । ଏହାସହ ୧୨୪କୋଟି ଟଙ୍କାର ଆୟବର୍ହିଭୂତ ସମ୍ପତ୍ତି ଜବତ କରାଯାଇଛି।
ସେହିପରି ୫୮ଜଣ କ୍ଲାସ-୧ ଅଧିକାରୀଙ୍କ ବିରୋଧ ମାମଲା ରୁଜୁ  ହୋଇଥିବା ବେଳେ ୪୪ ଜଣ କ୍ଲାସ-୨, ୧୯୩ କ୍ଲାସ-୩ ଅଫିସର ଧରାପଡ଼ିଛନ୍ତି। ବର୍ଷକରେ ମୋଟ ୪୦୬ଟି ମାମଲାର ତଦନ୍ତ ଶେଷ  ହୋଇଛି । ଦୁର୍ନୀତି ମାମଲାରେ ଦୋଷୀ ସାବ୍ୟସ୍ତଙ୍କ ସଂଖ୍ୟା ୬୬ ପ୍ରତିଶତକୁ ବଢିଛି। ଭିଜିଲାନ୍ସ ନିର୍ଦ୍ଦେଶାଳୟ ପକ୍ଷରୁ ଏ ନେଇ ସୂଚନା ଦିଆଯାଇଛି।
Share