ବିଦ୍ୟାଳୟରେ ଭିଜିଲାନ୍ସ ଚଢ଼ାଉ: ୬୦ ଲକ୍ଷ ଟଙ୍କାର ଦୁର୍ନୀତି ଗନ୍ଧ

ଭୋଗରାଇ,୫ା୧୦(ପ୍ରଦୀପ ଦାସ): ବାଲେଶ୍ୱର ଜିଲା ଭୋଗରାଇ ବ୍ଲକ ବଗଡ଼ ନୋଡାଲ ୟୁପି ପ୍ରାଥମିକ ବିଦ୍ୟାଳୟରେ ଶନିବାର ବାଲେଶ୍ୱର ଭଜିଲାନ୍ସ ବିଭାଗ ପକ୍ଷରୁ ଚଢ଼ାଉ କରାଯାଇଛି। ମୋ’ ସ୍କୁଲ ଅଭିଯାନ ଯୋଜନାରେରେ ଉକ୍ତ ସ୍କୁଲ ପାଚେରି, ନୂତନ ସ୍କୁଲ ଗୃହ, ରୋଷେଇ ଗୃହ, ଡାଇନିଂ ଗୃହ, ରଙ୍ଗଦେବା ପ୍ରଭୃତି ୨୦୨୦ରେ ୬୦ ଲକ୍ଷ ଟଙ୍କାର ବ୍ୟାପକ ଦୁର୍ନୀତି ହୋଇଥିବାର ଅଭିଯୋଗରେ ବାଲେଶ୍ୱର ଭିଜିଲାନ୍ସ ବିଭାଗର ଡିଏସ୍‌ପି ଡେକ୍‌ସେନ ମୁର୍ମୁ ଆକସ୍ମିକ ସ୍କୁଲରେ ପହଞ୍ଚି ଗୁରୁତ୍ୱପୂର୍ଣ୍ଣ ବିଭିନ୍ନ କାଗଜପତ୍ରକୁ ଛାନ୍‌ଭିନ୍‌ କରିଥିଲେ। ଏଥିସହିତ ସ୍କୁଲର ସମସ୍ତ କାର୍ଯ୍ୟକୁ ତଦାରଖ କରି ସରକାରୀ ଅର୍ଥର ଅନିୟମିତତା ଓ ସ୍କୁଲର ଅତି ନିମ୍ନମାନର କାର୍ଯ୍ୟ ଓ ପୁରୁଣା ଗୃହକୁ ନୂତନ ରଙ୍ଗ ଦେଇ ଦୁର୍ନୀତି ହୋଇଥିବାର ସୁରାକ ମିଳିଛି ବୋଲି ପ୍ରକାଶ କରିଥିଲେ। ସ୍କୁଲର ଏଭଳି ସାଂଘାତିକ ଅଭିଯୋଗରେ ପୂର୍ବତନ ପ୍ରଧାନଶିକ୍ଷକ ଅଶୋକ କୁମାର ସାହୁ ଓ ଆଲୁମିନି ସଭାପତି ବିନୟ ସାହୁ ସମ୍ପୃକ୍ତିକୁ ନେଇ ଚର୍ଚ୍ଚା ଜୋର୍‌ ଧରିଛି। ଅପରପକ୍ଷରେ ଉକ୍ତ ସ୍କୁଲରେ ସରକାରୀ ଅର୍ଥ ଦୁର୍ନୀତିର ଗନ୍ଧ କେବଳ ନୁହେଁ, ଅଧିକାଂଶ ସ୍କୁଲରେ ଏଭଳି ସଙ୍ଗୀନ ଅଭିଯୋଗ ହୋଇଥିବାରୁ ସାଧାରଣ ଲୋକେ ଉଚ୍ଚସ୍ତରୀୟ ତଦନ୍ତ ଦାବି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପାର୍ବଣରେ ଗଡ଼ିବନି ବସ୍‌

ଭୁବନେଶ୍ୱର,୫।୧୦: ପୂଜାରେ ଗଡ଼ିବନି ବସ୍‌। ଆଗାମୀ ୭ ତାରିଖ ସନ୍ଧ୍ୟା ଠାରୁ ୮ ତାରିଖ ସା ୬ଟା ପର୍ୟ୍ୟନ୍ତ ଦକ୍ଷିଣ ଓଡ଼ିଶା ଓ ପଶ୍ଚିମ ଓଡ଼ିଶାରେ...

ଗଞ୍ଜାମର ୧.୫୭ ଲକ୍ଷ ପରିବାରଙ୍କୁ ପିଏମ୍‌ କିଶାନ କିସ୍ତି 

ଛତ୍ରପୁର,୫।୧୦(ସନ୍ତୋଷ ପାଢ଼ୀ): ଗଞ୍ଜାମ ଜିଲାରେ ଜିଲାସ୍ତରୀୟ ପ୍ରଧାନ ମନ୍ତ୍ରୀ କିଶାନ ସମ୍ମାନନିଧି ଯୋଜନାର ୧୮ ତମ କିସ୍ତିର ହସ୍ତାନ୍ତର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଜିଲା...

ବସ୍ତିରେ ଝାଡ଼ୁ ମାରିଲେ ଧର୍ମେନ୍ଦ୍ର: ବାଣ୍ଟିଲେ ସୁଖଦୁଃଖ

ଭୁବନେଶ୍ୱର,୫।୧୦: କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସ୍ବଛ ଭାରତ ଅଭିଯାନରେ ସଭିଏଁ ସାମିଲ ହେବାକୁ ଶନିବାର ଆହ୍ବାନ ଦେଇଛନ୍ତି। ଏହି ଅବସରରେ ସେ ବସ୍ତିରେ ଝାଡ଼ୁ ମାରିଛନ୍ତି।...

‘ସୁଭଦ୍ରା’ ଟଙ୍କାକୁ ନେଇ ଆସିଲା ବଡ଼ ଅପ୍‌ଡେଟ୍‌, ୭ ସୁଦ୍ଧା ଆବେଦନ କରିଥିଲେ…

ଭୁବନେଶ୍ୱର,୫।୧୦: ଆଉ ମାତ୍ର ୩ ଦିନ ପରେ ପୁଣି ଖାତାକୁ ଆସିବ ସୁଭଦ୍ରା ଯୋଜନା ଟଙ୍କା । ଦଶହରା ପୂର୍ବରୁ ମହିଳାମାନଙ୍କୁ ଭେଟି ଦେବାକୁ ଯାଉଛନ୍ତି...

ବୋହି ନେଉଥିଲେ ମଧ୍ୟାହ୍ନଭୋଜନ ଚାଉଳ: ଏମିତି ଧରାପଡ଼ିଲେ ଶିକ୍ଷୟିତ୍ରୀ

ଗୋପ,୧୦।୫: ପୁରୀ ଜିଲା ଗୋପ ଅଞ୍ଚଳରୁ ଛାତ୍ରୀଛାତ୍ରଙ୍କୁ ଦିଆଯାଉଥିବା ମଧ୍ୟାହ୍ନ ଭୋଜନ ଚାଉଳ ଚୋରି ଘଟଣା ଶନିବାର ସାମ୍‌ନାକୁ ଆସିଛି। ୨ ବସ୍ତା ମଧ୍ୟାହ୍ନଭୋଜନ ଚାଉଳ...

ବିଦ୍ୟାଳୟ ପରିଦର୍ଶନ କଲେ ଜିଲାପାଳ, ଉଚ୍ଚଶିକ୍ଷା ପାଇଁ ଛାତ୍ରୀଛାତ୍ରଙ୍କୁ…

କେସିଙ୍ଗା,୫ା୧୦(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲାପାଳ ସଚିନ ପାଓ୍ବାର ପ୍ରକାଶ କେସିଙ୍ଗା ସହରସ୍ଥିତ ବାଳିକା ଉଚ୍ଚ ବିଦ୍ୟାଳୟ ଓ ବିଦ୍ୟାପୀଠକୁ ଶନିବାର ପରିଦର୍ଶନରେ ଆସିଥିଲେ। ବାଳିକା ଉଚ୍ଚ...

ଆମ୍ବଗଛକୁ ଧକ୍କା ଦେଇ ନାଳ ଭିତରକୁ ଓଲଟି ପଡ଼ିଲା କାର୍‌

ବାଲିଗୁଡ଼ା,୫ା୧୦(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ କ.ନୂଆଗାଁ ବ୍ଲକ ସାରଙ୍ଗଗଡ଼ ନିକଟସ୍ଥ କୁର୍ଙ୍ଗୁଲି ନାଳ ଭିତରକୁ ଏକ କାର୍‌ ପଶିଯାଇଛି। ସୂଚନାନୁଯାୟୀ,...

ଖାଦ୍ୟ ନିରାପତ୍ତା ବିଭାଗର ଚଢ଼ାଉ, ପରୀକ୍ଷା ପାଇଁ ହଳଦୀ ଗୁଣ୍ଡର ନମୁନା ସଂଗ୍ରହ

ଦାରିଙ୍ଗବାଡ଼ି,୫ା୧୦(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ଅଞ୍ଚଳରେ କନ୍ଧମାଳ ହଳଦୀ ନାମରେ ନକଲି ଗୁଣ୍ଡ ବିକ୍ରି କରାଯାଉଥିବା ଓ ଜୈବିକ ହଳଦୀ ନାମରେ ଲେବୁଲ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri