ମୁଖ୍ୟ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ଚଢ଼ାଉ

ରୂପ୍‌ସା,୨୦ା୯(ବାଞ୍ଛାନିଧି ଦେ): ବାଲେଶ୍ବର ଗ୍ରାମ୍ୟ ଉନ୍ନୟନ ବିଭାଗ ମୁଖ୍ୟ ଯନ୍ତ୍ରୀଙ୍କ ଘରେ ଶୁକ୍ରବାର ଭିଜିଲାନ୍ସ ବିଭାଗ ପକ୍ଷରୁ ଚଢ଼ାଉ ଚାଲିଛି। ଯନ୍ତ୍ରୀ ଏନ୍‌.ଭି ହରିହର ରାଓଙ୍କ ଘରେ ଏହି ଚଢ଼ାଉ ଚାଲିଥିବା ଜଣାପଡ଼ିଛି। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଯନ୍ତ୍ରୀଙ୍କ ସରକାରୀ ଅଫିସ ସହ ବାସଭବନରେ ରେଡ କରିଛି ଭିଜିଲାନ୍ସ।

ଏହି ଚଢ଼ାଉରେ ୧୧ ଜଣ ଡିଏସ୍‌ପି, ୭ ଇନ୍ସପେକ୍ଟର, ୧୧ ଏଏସଆଇ ଏବଂ ଅନ୍ୟାନ୍ୟ ସହାୟକ କର୍ମଚାରୀ ଏବଂ ଭିଜିଲାନ୍ସର ସ୍ବତନ୍ତ୍ର ବିଚାରପତି ସାମିଲ ହୋଇଛନ୍ତି। ଭୁବନେଶ୍ୱର, ବ୍ରହ୍ମପୁର ବାଲେଶ୍ୱର, କେନ୍ଦୁଝର ଏବଂ ଫୁଲବାଣୀ ସମେତ ୧୧ଟି ସ୍ଥାନରେ ଏକକାଳୀନ ଚଢ଼ାଉ ଚାଲିଛି।

୧. ବ୍ରହ୍ମପୁରର ଭାବିନିପୁରରେ ପ୍ଲଟ୍‌ ନମ୍ବର ୪୫୯୨ ଉପରେ ଦୁଇ ମହଲା କୋଠା।

୨. ଭୁବନେଶ୍ୱରର ପାତ୍ରପଡ଼ାଠାରେ ପ୍ଲଟ୍‌ ନମ୍ବର ୨୮୪ ଉପରେ ଏକ ମହଲା ବିଶିଷ୍ଟ କୋଠା।

୩. ସ୍ପେକ୍ଟ୍ରମ ଗ୍ରୀନ ଆପାର୍ଟମେଣ୍ଟ ଫ୍ଲାଟ୍‌ ନମ୍ବର ୨୦୫। ପ୍ରଥମ ମହଲା, ବୈଦନାଥପୁର କାମାପଲ୍ଲୀ, ବ୍ରହ୍ମପୁରରେ ଅବସ୍ଥିତ ୩ ବିଏଚ୍‌କେ ଫ୍ଲାଟ୍‌।

୪. ଫୁଲବାଣୀର ଓଲେନବାଚ୍‌ ନଗରରେ ଅବସ୍ଥିତ ଯନ୍ତ୍ରୀଙ୍କ ପୈତୃକ ଘର।

୫. ବାଲେଶ୍ୱର ଆର୍‌ଡବ୍ଲ୍ୟୁ ସର୍କଲରେ ଅବସ୍ଥିତ ହରିହରଙ୍କ ଅଫିସ ଚାମ୍ବର ଏବଂ ସରକାରୀ କ୍ୱାର୍ଟର।

୬. କେନ୍ଦୁଝରସ୍ଥିତ ତାଙ୍କ ଅଫିସ ଚାମ୍ବର।

୭. କେନ୍ଦୁଝର ଆର୍‌ଡବ୍ଲ୍ୟୁ କ୍ୟାମ୍ପସରେ ଅବସ୍ଥିତ ଆବାସ।

୮. ବ୍ରହ୍ମପୁରର ତୁଳସୀନଗରରେ ଅବସ୍ଥିତ ତାଙ୍କ ସମ୍ପର୍କୀୟଙ୍କ ଘର।

୯. ବ୍ରହ୍ମପୁରର ଶାନ୍ତିନଗରରେ ଅବସ୍ଥିତ ତାଙ୍କ ସମ୍ପର୍କୀୟଙ୍କ ଘର।

୧୦. କେନ୍ଦୁଝରର ବଳଦେବଜୀଉ କଲୋନୀରେ ତାଙ୍କ ସହଯୋଗୀଙ୍କ ଘରେ ଏହି ରେଡ୍‌ ଚାଲିଛି। ରେଡ୍‌ ଚାଲିଥିବାରୁ ମୋଟ୍‌ ସମ୍ପତ୍ତିର ଆକଳନ କରାଯାଇପାରିନାହିଁ। ପରେ ସବିଶେଷ ତଥ୍ୟ ମିଳିବ ବୋଲି ଜନୈକ ଭିଜିଲାନ୍ସ ଅଧିକାରୀ କହିଛନ୍ତି।

Share