ବନଖଣ୍ଡ ଅଧିକାରୀଙ୍କ ଘରେ ଭିଜିଲାନ୍ସ ଚଢ଼ାଉ

ରାୟଗଡ଼ା,୨୪ା୮(ଆଶିଷ ରଞ୍ଜନ ପଣ୍ଡା): ଆୟ ବହିଃର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ରାୟଗଡ଼ା ବନଖଣ୍ଡ ଅଧିକାରୀ ବିଜୟ କୁମାର ପରିଡ଼ାଙ୍କ ଘରେ ଗୁରୁବାର ଭିଜିଲାନ୍ସ ଚଢ଼ାଉ କରିଛି। ଭିଜିଲାନ୍ସ ଡିଏସ୍‌ପି ସନ୍ଧ୍ୟାରାଣୀ ସାହୁଙ୍କ ନେତୃତ୍ୱରେ ୫ ଜଣିଆ ଟିମ୍‌ ଚଢ଼ାଉ କରିଛନ୍ତି। ରାୟଗଡ଼ା ସମେତ ରାଜ୍ୟର ଅନ୍ୟ ସ୍ଥାନରେ ମଧ୍ୟ ଚଢ଼ାଉ ହୋଇଥିବା ଜଣାପଡ଼ିଛି। ଚଢ଼ାଉ ସମୟରେ ବୀମା ରସିଦ, ବଣ୍ଡ୍‌ ଓ ବ୍ୟାଙ୍କ୍‌ ଡିପୋଜିଟ୍‌ କାଗଜପତ୍ର ଠାବ କରିଛନ୍ତି ଭିଜିଲାନ୍ସ ଟିମ୍‌। ବର୍ତ୍ତମାନ ଚଢ଼ାଉ ଚାଲିଥିବାରୁ ଅଧିକ ସୂଚନା ମିଳିପାରିନାହିଁ।

Share