ବହିଷ୍କୃତ ହେଲେ ଭିଜିଲାନ୍ସ ଇନ୍ସପେକ୍ଟର

କଟକ ଅଫିସ,୧୦।୬: ଭିଜିଲାନ୍ସ ଇନ୍ସପେକ୍ଟର ମାନସୀ ଜେନାଙ୍କୁ ଶୁକ୍ରବାର ଚାକିରିରୁ ବହିଷ୍କାର କରାଯାଇଛି । ରାଜ୍ୟ ପୋଲିସ ମହାନିର୍ଦ୍ଦେଶକ ସୁନୀଲ ବଂଶଲ ମାନସୀଙ୍କୁ ଚାକିରିରୁ ବହିଷ୍କୃତ କରିଛନ୍ତି । ଲାଞ୍ଚ ନେବା ମାମଲାରେ ଗିରଫ ହୋଇ ବର୍ତ୍ତମାନ ସେ ଜେଲରେ ଅଛନ୍ତି । ମେ ୧୨ ରେ ଜଣେ ସହଯୋଗୀଙ୍କ ଜରିଆରେ ଲାଞ୍ଚ ନେଇ ଧରା ପଡିଥିଲେ । ଜଣେ ଅଫିସରଙ୍କ ନାଁରେ ଥିବା ମାମଲାକୁ ରଫାଦଫା କରିବା ପାଇଁ ଲାଞ୍ଚ ନେଉଥିଲା ବେଳେ ସେ ଧରାପଡ଼ିଥିଲେ। ମାନସୀ ସମ୍ବଲପୁରର ଭିଜିଲାନ୍ସ ଡିଭିଜିନର ଇନ୍ସପେକ୍ଟର ଭାବେ କାର୍ଯ୍ୟରତ ଥିଲେ।

Share