ନିଜେ ଭିଜିଲାନ୍ସ ଅଫିସର: ମାମଲା ରଫାଦଫା ପାଇଁ ଲାଞ୍ଚ ନେଉଥିବା ବେଳେ ପଡ଼ିଲେ ଧରା

ଭବାନୀପାଟଣା,୩।୭(ଡି.ଏନ୍‌.ଏ): କଳାହାଣ୍ଡି ଜିଲା ଭବାନୀପାଟଣା ଭିଜିଲାନ୍ସ ପବ୍ଲିକ ପ୍ରସିକ୍ୟୁଟର ପିପି ଆଶୁତୋଷ ମିଶ୍ର ଭିଜିଲାନ୍ସ ଜାଲରେ ଧରାପଡ଼ିଛନ୍ତି। ମହୁଲପାଟଣା ଫାଣ୍ଡିର ପୂର୍ବତନ ଏଏସ୍‌ଆଇ ମଳୟ ରଣାଙ୍କ ଭିଜିଲାନ୍ସ କେସ୍‌ର ରଫାଦଫା କରିବା ପାଇଁ ୧ ଲକ୍ଷ ଟଙ୍କା ଲାଞ୍ଚ ନେଉଥିବା ବେଳେ କଟକ ଭିଜିଲାନ୍ସ ଟିମ ହାତରେ ଧରାପଡ଼ିଛନ୍ତି।
ମିଳିଥିବା ସୂଚନା ଅନୁଯାୟୀ, ଆଶୁତୋଷ ରଣାଙ୍କ ଠାରୁ ୩ ଲକ୍ଷ ଟଙ୍କା ଦାବି କରିଥିଲେ। ତେବେ ଆଜି ସେ ତାଙ୍କ ଟିଭି ସେଣ୍ଟର ପଡ଼ା ବାସଗୃହରେ ଲକ୍ଷେ ଟଙ୍କା ନେଉଥିବା ବେଳେ କଟକ ଭିଜିଲାନ୍ସ ଟିମ ଚଢ଼ାଉ କରିଥିଲା। ଭିଜିଲାନ୍ସ ଟିମ ଟଙ୍କା ଜବତ କରିବା ସହିତ ମିଶ୍ରଙ୍କ ଭବାନୀପାଟଣା ଭିଜିଲାନ୍ସ ଅଫିସରେ ଅଟକ ରଖି ପଚରାଉଚରା କରୁଛି।

Share