ରାୟଗଡା, ୧୪।୦୫: ଭିଜିଲାନ୍ସ ଜାଲରେ ରାୟଗଡା ଅବକାରୀ ବିଭାଗ ଅଧୀକ୍ଷକ ନୀନା ବେଉରା। ରାୟଗଡାରୁ ନଗଦ ୬ ଲକ୍ଷ ଟଙ୍କା ଧରି ଭୁବନେଶ୍ବର ଆସୁଥିବା ବେଳେ ଖୋର୍ଦ୍ଧା ନିକଟରେ ଭିଜିଲାନ୍ସ ହାତରେ ଧରାପଡିଛନ୍ତି। ତେବେ ଟଙ୍କା କେଉଁଠୁ ଆଣିଥିଲେ ସେନେଇ ସନ୍ତୋଷଜନକ ଉତ୍ତର ଦେଇ ନ ପାରିବାରୁ ତଦନ୍ତ ଚାଲିଛି। ନିନା ଓ ତାଙ୍କ ସମ୍ପର୍କୀୟଙ୍କ ଏକାଧିକ ଘରେ ଭିଜିଲାନ୍ସ ଚଢାଉ ଜାରି ରଖିଛି।