ଉପଜିଲାପାଳଙ୍କ କାର୍ଯ୍ୟାଳୟର କିରାଣି ଘରେ ଭିଜିଲାନ୍ସ ଚଢ଼ାଉ

ବାରିପଦା ଅଫିସ,୧୭।୬ (ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ବାରିପଦା ଉପଜିଲାପାଳଙ୍କ କାର୍ଯ୍ୟାଳୟର କିରାଣି ରାମଚନ୍ଦ୍ର ସେନଙ୍କ ଘରେ ଶନିବାର ସକାଳୁ ଭିଜିଲାନ୍ସ ପକ୍ଷରୁ ଚଢ଼ାଉ ଜାରି ରହିଛି। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ବାଲେଶ୍ୱର, କେନ୍ଦୁଝର ଓ ମୟୂରଭଞ୍ଜ ଭିଜିଲାନ୍ସ ଟିମ୍‌ ୫ଟି ସ୍ଥାନରେ ଚଢ଼ାଉ ଜାରି ରଖିଛନ୍ତି। ବାରିପଦା କାର୍ଯ୍ୟାଳୟ, ତେନ୍ତୁଳିଡିଙ୍ଗା-ଗାଙ୍ଗରାଜସ୍ଥିତ ବାସଭବନ, ତାଙ୍କ ଶ୍ବଶୁର ଘର ଓ ଆତ୍ମୀୟଙ୍କ ଘରେ ଏକକାଳୀନ ଚଢ଼ାଉ ଜାରି ରହିଛି । ଆୟ ବହିର୍ଭୂତ ସମ୍ପତ୍ତି ପାଇଁ ଏହି ଚଢ଼ାଉ ହୋଇଥିବା ଜଣାପଡ଼ିଛି।

Share