Advertisement

ଏଡିଇଓଙ୍କ ଘରେ ଭିଜଲାନ୍ସ ରେଡ

କୋଟପାଡ଼,୧୩।୨: (ରାଜଶେଖର/ଅମିତାଭ ବେହେରା)କୋରାପୁଟ ଜିଲା କୋଟପାଡ଼ ବ୍ଲକ ଅନ୍ତର୍ଗତ ବତାଶନା ପଞ୍ଚାୟତର କାର୍ଯ୍ୟରତ ଏଡିଇଓ ପାର୍ଥସାରଥୀ ବିଶୋଇଙ୍କ ଘରେ ଭିଜିଲାନ୍ସ ଚଡାଉ କରିଛି। ଗୁରୁବାର ସକାଳେ ତାଙ୍କର ବୋରିଗୁମ୍ମା ବ୍ଲକ ଚମ୍ପିଆରେ ଥିବା ପୈତୃକ ଘର ସହ ୭ଟି ସ୍ଥାନରେ ଜୟପୁର ଭିଜିଲାନ୍ସ ଚଢାଉ କରିଛି। ଆୟ ବର୍ହିଭୁତ ସମ୍ପତି ଠୁଳ ଅଭିଯୋଗରେଏହି ଚଢାଉ କରାଯାଇଥିବା ଜଣାପଡିଛି।
ପାର୍ଥ ବର୍ତ୍ତମାନ କୋଟପାଡ଼ ବ୍ଲକ ଅଞ୍ଚଳରେ ଅତିରିକ୍ତ ଡାଟା ଏଣ୍ଟ୍ରି ଅଧିକାରୀ ଭାବେ କାର୍ଯ୍ୟକରୁଥିବା ଜଣାପଡିଛି।