ସୁନ୍ଦରଗଡ,୧୦।୧(ଡି.ଏନ.ଏ.): ଭିଜିଲାନ୍ସ ଜାଲରେ ଆରଡବ୍ଲ୍ୟୁ ଡିଭିଜନ ନିର୍ବାହୀ ଯନ୍ତ୍ରୀ ନନ୍ଦ କିଶୋର ନାଥ। ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ମଙ୍ଗଳବାର ନନ୍ଦ କିଶୋରଙ୍କ ଘରେ ଭୁବନେଶ୍ୱରର ସ୍ବତନ୍ତ୍ର ଟିମ୍ ପକ୍ଷରୁ ଚଢାଉ କରାଯାଇଛି। ରାଉରକେଲା ପାନପୋଷ ନିକଟରେ ଥିବା ନନ୍ଦ କିଶୋରଙ୍କ ସରକାରୀ କ୍ୱାର୍ଟର୍ସ, ଭୁବନେଶ୍ୱରର ଲକ୍ଷ୍ମୀସାଗରରେ ଥିବା ଫ୍ଲାଟ୍, ବରଗଡ ଥିବା ପୈତୃକ ଘର, ରାଉରକେଲାରେ ଥିବା ଅଫିସ ଚାମ୍ବର, ସମ୍ବଲପୁର ଅଇଁଠାପଲ୍ଲୀରେ ଥିବା ଘର ଏବଂ ସମ୍ବଲପୁରରେ ଥିବା ସମ୍ପର୍କୀୟଙ୍କ ଘରେ ଏକକାଳୀନ ଏହି ଚଢାଉ ଜାରି ରହିଛି।