MVIଙ୍କ ୨୭ପ୍ଲଟ, ୨କୋଠା

ନୟାଗଡ,୯।୧: ଭିଜିଲାନ୍ସ ଜାଲରେ ନୟାଗଡର ଆରଟିଓ ଅଧିକାରୀ। ଏମଭିଆଇ ପଞ୍ଚାନନ ବେହେରାଙ୍କ ଘରେ ଚଢାଉ ଜାରି ରଖିଛି ଭିଜିଲାନ୍ସ। ଚଢାଉବେଳେ ଭୁବନେଶ୍ୱରରେ ୧୦ବେନାମୀ ପ୍ଲଟ ସମେତ ମୋଟ୍‌ ୨୭ଟି ପ୍ଲଟ ଠାବ ହୋଇଛି। ଗୋଟିଏ କାର୍‌ ସହ ମୋଟ ୪ଟି ବେନାମୀ ଗାଡି ମଧ୍ୟ ଠାବ ହୋଇଛି। ସେହିପରି ଶୈଳଶ୍ରୀବିହାରରେ ୩ମହଲା, ପାଣ୍ଡରାରେ ୧ମହଲା କୋଠା ରହିଛି । ୭୩ଲକ୍ଷର ବ୍ୟାଙ୍କ ଜମା, ୧୫ଲକ୍ଷ ଟଙ୍କାର ସୁନା ଠାବ କରିଛି ଭିଜିଲାନ୍ସ। ପୁଅର ମେଡିକାଲ ପାଠପଢା ପାଇଁ ଖର୍ଚ୍ଚ ହୋଇଛି ୫୦ଲକ୍ଷ। ୭ଟି ସ୍ଥାନରେ ରେଡ୍‌ ପରେ ବିପୁଳ ସମ୍ପତ୍ତି ଠାବ ହୋଇଥିବା ସୂଚନା ମିଳିଛି।

Share