ଅବକାରୀ ଏସ୍‌ଆଇଙ୍କ ଘରେ ଭିଜିଲାନ୍ସ ଚଢ଼ାଉ

ସମ୍ବଲପୁର,୨।୨(ବ୍ୟୁରୋ): ଆୟବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଝାରସୁଗୁଡା ଜିଲା ବେଲପାହାଡ ଅବକାରୀ ବିଭାଗରେ କାର୍ଯ୍ୟରତ ଏସ୍‌ଆଇ ଦେବେନ୍ଦ୍ର ପ୍ରହରାଜଙ୍କ ଘରେ ସୋମବାର ଭିଜିଲାନ୍ସ ଚଢାଉ କରିଛି। ଏକସମୟରେ ବେଲପାହଡସ୍ଥିତ କାର୍ଯ୍ୟାଳୟ ସମେତ ସମ୍ବଲପୁର ଏସ୍‌ଆର୍‌ଆଇଟି କଲୋନୀ କଲ୍ୟାଣ ନଗରର ନିଜସ୍ବ ବାସଭବନ, ଗୋବିନ୍ଦତୋଳାର ଶ୍ୱଶୁର ଘର ଓ ସ୍ତ୍ରୀ କାମ କରୁଥିବା ଜଗନ୍ନାଥ କଲୋନୀସ୍ଥିତ ଅବକାରୀ ଅଫିସରେ ଏହି ଚଢାଉ ହୋଇଛି। ମିଳିଥିବା ରିପୋର୍ଟ ଅନୁସାରେ ସମ୍ବଲପୁର ସହରରେ ତାଙ୍କର ଦୁଇମହଲା କୋଠା, ୨ ଘରବାରି ପ୍ଲଟ ଓ କଟକରେ ଗୋଟିଏ ପ୍ଲଟ ରହିଛି, ଯାହାର ମୂଲ୍ୟ ୬୨ ଲକ୍ଷ ୪୬ ହଜାର ୧୬ ଟଙ୍କା ହେବ। ବାଇକ୍‌, ଘରକରଣା ସାମଗ୍ରୀ, ସୁନାରୁପା ଅଳଙ୍କାର, ଜମି କିଣିବାକୁ ଅଗ୍ରୀମ ଦିଆଯାଇଥିବା ଟଙ୍କା ମିଶି ମୋଟ ୩୧ ଲକ୍ଷ ୩୮ ହଜାର ୩୨୫ ଟଙ୍କା ଜବତ ହୋଇଛି। ସେହିପରି ବିଭିନ୍ନ ବ୍ୟାଙ୍କରେ ଜମା ଥିବା ୨୩ ଲକ୍ଷ୯୮ ହଜାର ୨୮୯ ଟଙ୍କା ଓ ନଗଦ ୧୩ ହଜାର ୫୭୫ ଟଙ୍କା ଜବତ କରାଯାଇଛି। ତାଙ୍କର ମୋଟ ୧ କୋଟି ୧୭ ଲକ୍ଷ ୯୬ ହଜାର ୨୦୫ ଟଙ୍କାର ସ୍ଥାବର ଓ ଅସ୍ଥାବର ସମ୍ପତ୍ତି ଥିବା ଆକଳନ କରାଯାଇଛି। ଦେବେନ୍ଦ୍ରଙ୍କୁ ଗିରଫ ପରେ ସମ୍ବଲପୁର ସ୍ବତନ୍ତ୍ର ଭିଜିଲାନ୍ସ କୋର୍ଟ ଚାଲାଣ କରାଯାଇଥିବା ବିଭାଗୀୟ ଅଫିସ ପକ୍ଷରୁ ସୂଚନା ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

୨୭ତମ ବ୍ଲକ ସ୍ତରୀୟ କଳାହାଣ୍ଡି ଉତ୍ସବ “ଘୁମୁରା” ୨୦୨୫ ଅନୁଷ୍ଠିତ

ଥୁଆମୂଳ ରାମପୁର,୭।୧(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ସ୍ଥିତ ବାବା ଖଣ୍ଡୁଆଳ ପଡିଆ ଠାରେ ମଙ୍ଗଳବାର କଳାହାଣ୍ଡି ଜିଲାର ଗର୍ବ ଓ ଗୌରବ,...

 କାହିଁକି  ଆଶାକର୍ମୀ ଡାଳିମ୍ବ  ହୋଇପାରିଲେ ନବରଙ୍ଗପୁରର ନାଇଟଆଞ୍ଜେଲ, ଜାଣନ୍ତୁ ତାଙ୍କର ଏହି ଯାତ୍ରା ସମ୍ପର୍କରେ 

ନବରଙ୍ଗପୁର,୭।୧(ସଦାଶିବ ପ୍ରହରାଜ): ଭଲ ଚିକିତ୍ସା ନ ପାଇ ଅକାଳରେ ଗର୍ଭାବତୀଙ୍କ ଜୀବନ ଚାଲି ଯାଉଥିଲା। ଗ୍ରାମରେ  ବିଭିନ୍ନ ଦୁରାରୋଗରେ ପୀଡିତ ହୋଇ ରୋଗୀମାନେ ମୃତ୍ୟୁ ମୁଖରେ...

ଇନ୍ଦ୍ରାବତୀରୁ ରବିଚାଷ ପାଇଁ କେନାଲରେ ଛଡ଼ାଗଲା ପାଣି

ଜୟପାଟଣା,୭।୧(ଓମ ପ୍ରକାଶ ବୈଠାରୁ): କଳାହାଣ୍ଡି ଜିଲା ଜୟପାଟଣା ବ୍ଲକ ଇନ୍ଦ୍ରାବତୀ ମଙ୍ଗଳପୁର ହାତୀ ବ୍ୟାରେଜରୁ ଚଳିତ ରବିଚାଷ  ପାଇଁ କେନାଲରେ ପାଣି ଛଡ଼ାଯାଇଛି। ଏଥିରେ ବାମ...

ଜାତୀୟ ରାଜପଥରେ ବାଇକକୁ ଧକ୍କା ଦେଲା ଟ୍ରକ

ବାରିପଦା,୭।୧(ନୀଳାଦ୍ରି ବିହାରୀ ଦଣ୍ଡପାଟ): ଜାତୀୟ ରାଜପଥରେ ବାଇକକୁ ଧକ୍କା ଦେଇ ଟ୍ରକ ଜଳିଯାଇଛି। ତେବେ ଅଳ୍ପକେ ଗାଡି ଚାଳକ ବର୍ତ୍ତି ଯାଇଛନ୍ତି। ଜାତୀୟ ରାଜପଥ ୧୮ର...

ସିମେଣ୍ଟ ବୋଝେଇ ଟ୍ରକ ଧକ୍କାରେ ବାପା, ପୁଅ ମୃତ ମା’ ଗୁରୁତର

ଛତ୍ରପୁର,୭।୧(ଦିଲ୍ଲୀପ ସାମଲ): ରମ୍ଭା ଥାନା ଅନ୍ତର୍ଗତ ଅରୁଣପୁର ଗ୍ରାମ ନିକଟରେ ସିମେଣ୍ଟ ବୋଝେଇ ଟ୍ରକ ଧକ୍କାରେ ଜଣେ ୭ ବର୍ଷର ପୁଅ ଓ ବାପାଙ୍କ ମୃତ୍ୟୁ...

ଟ୍ରକ୍‌ ଡ୍ରାଇଭର କହିଲେ କାହିଁକି ୨ ଭାଜପା ନେତାଙ୍କୁ ହତ୍ୟା କରିଥିଲେ 

ସମ୍ବଲପୁର,୭।୧: ଭାଜପା ନେତ୍ରାଙ୍କୁ ହତ୍ୟା ପଛର କାରଣ କହିଲେ ଡ୍ରାଇଭର ପ୍ରସନ୍ନ ଜେନାମଣି। ସେ କହିଛନ୍ତି,  ଭାଜପା ନେତାଙ୍କ କାରକୁ ମୋ ସହ ଝଗଡ଼ା କରିଥବା...

ଆଇଟିବିପିର ଅଦମ୍ୟ ଉତ୍ସାହ, ପ୍ରତିବଦ୍ଧତାକୁ ପ୍ରଶଂସା କେନ୍ଦ୍ର ସ୍ବରାଷ୍ଟ୍ରମନ୍ତ୍ରୀ

ଖୋର୍ଦ୍ଧା,୭।୧(ପ୍ରଭାତ ପାଣିଗ୍ରାହୀ): ଇଣ୍ଡୋ- ତିବ୍ବତ ସୀମା ପୋଲିସ ସୁରକ୍ଷା ବଳ(ଆଇଟିବିପି)ର ୬୩ତମ ପ୍ରତିଷ୍ଠା ଦିବସ ଖୋର୍ଦ୍ଧା ତରତୁଆ ସ୍ଥିତ ୪୧ବାଟାଲିୟନ କ୍ୟାମ୍ପସରେ ମହାଆଡମ୍ବରରେ ଆୟୋଜିତ ହୋଇଯାଇଛି।...

ଜଗା ଦର୍ଶନ ସୌଭାଗ୍ୟର ଦିନ କହିଲେ ଜୟଶଙ୍କର

ପୁରୀ,୭।୧: ପୁରୀରେ ଶ୍ରୀଜିଉଙ୍କୁ ଦର୍ଶନ କରିଛନ୍ତି ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍‌. ଜୟଶଙ୍କର। ଜଗାଙ୍କୁ ଦର୍ଶନ ପରେ ଆଜି ବହୁତ ବଡ଼ ସୌଭାଗ୍ୟର ଦିନ ବୋଲି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri