ଏଡିଏମ୍‌ଙ୍କ ଘରେ ଭିଜିଲାନ୍ସ ଚଢ଼ାଉ

ସୁନ୍ଦରଗଡ଼,୧୧ା୨(ଡି.ଏନ୍‌.ଏ.): ସୁନ୍ଦରଗଡ଼ ଏଡିଏମ୍‌ ବିଶ୍ୱଜିତ୍‌ ମହାପାତ୍ରଙ୍କ ଘରେ ଶୁକ୍ରବାର ଭିଜିଲାନ୍ସ ଚଢ଼ାଉ ଚାଲିଛି। ଏକକାଳୀନ ୭ଟି ସ୍ଥାନରେ ଏହି ଚଢ଼ାଉ ଜାରି ରହିଛି। ତାଙ୍କ ସରକାରୀ କାର୍ଯ୍ୟାଳୟ ଏବଂ ବାସଭବନ ସମେତ ଜଗତସିଂହପୁର ଜିଲାର ପୈତୃକ ଘର ଜଡ଼ାତିରା, ରଘୁନାଥପୁରର ରେଢ଼ୁଆ, ମଣିଜଙ୍ଗା, ଭୁବନେଶ୍ୱରସ୍ଥିତ ନୟାପଲ୍ଲୀ ଏବଂ ବାଲିଅନ୍ତାରେ ଚଢ଼ାଉ ଚାଲିଛି। ଆୟ ବହିଃର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ପକ୍ଷରୁ ଏହି ଚଢ଼ାଉ କରାଯାଇଛି। ବର୍ତ୍ତମାନ ଚଢ଼ାଉ ଚାଲିଥିବାରୁ ସମ୍ପତ୍ତିର ଆକଳନ କରାଯାଇନାହିଁ। ଚଢ଼ାଉ ପରେ ଏ ସମ୍ପର୍କରେ ସବିଶେଷ ତଥ୍ୟ ମିଳିବ ବୋଲି ଭିଜିଲାନ୍ସର ଜଣେ ଅଧିକାରୀ କହିଛନ୍ତି। ଏହି ଚଢ଼ାଉରେ ୮ଜଣ ଡିଏସ୍‌ପି, ୫ଜଣ ଇନ୍ସପେକ୍ଟର ଓ ୩ ଜଣ ଏଏସ୍‌ଆଇ ସାମିଲ ଅଛନ୍ତି।

Share