ଅଙ୍ଗନବାଡ଼ି କର୍ମୀଙ୍କ ଘରେ ଭିଜିଲାନ୍ସ ଚଢ଼ାଉ

ବ୍ରହ୍ମପୁର ଅଫିସ,୨୨ା୧୨: ଆୟବହିଃର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ବ୍ରହ୍ମପୁର ପୌର ପରିଷଦର ୯ ନଂ ଓ୍ବାର୍ଡର ଅଙ୍ଗନବାଡ଼ି କର୍ମୀ ନମିତା ଦଳାଇଙ୍କ ଘରେ ମଙ୍ଗଳବାର ଭିଜିଲାନ୍ସ ଚଢ଼ାଉ ଚାଲିଛି। ଏକା ସାଙ୍ଗରେ ୫ଟି ସ୍ଥାନରେ ଏହି ଚଢ଼ାଉ ଜାରି ରହିଛି।

ମିଳିଥିବା ସୂଚନାନୁଯାୟୀ, ଆଜି ନମିତାଙ୍କ ଲକ୍ଷ୍ମୀ ନୃସିଂହ ନଗରସ୍ଥିତ ଦୁଇଟି ବାସଭବନ, ଗଣେଶ ନଗରର ଘର, ଭୁବନେଶ୍ବରରେ ଥିବା ଦୁଇଟି ଆପାର୍ଟମେଣ୍ଟ ଏବଂ ବ୍ରହ୍ମପୁରର ଦଳିଆ ଗଳିରେ ଥିବା ସମ୍ପର୍କୀୟଙ୍କ ଘରେ ଏକାସାଙ୍ଗରେ ଚଢ଼ାଉ ଚାଲିଛି। ବ୍ରହ୍ମପୁର ଭିଜିଲାନ୍ସ ଜଜଙ୍କ ଦ୍ବାରା ଜାରି ସର୍ଚ୍ଚ ଓ୍ବାରେଣ୍ଟ ବଳରେ ଏହି ଚଢ଼ାଉ ଚାଲିଛି। ତେବେ ଚଢ଼ାଉ ଜାରି ରହିଥିବାରୁ ସମ୍ପତ୍ତିର ଆକଳନ କରାଯାଇନାହିଁ। ପରେ ଏ ସମ୍ପର୍କରେ ସବିଶେଷ ସୂଚନା ଦିଆଯିବ ବୋଲି ଚଢ଼ାଉରେ ସାମିଲ ହୋଇଥିବା ଭିଜିଲାନ୍ସ ଅଧିକାରୀମାନେ କହିଛନ୍ତି।