ଜଗତସିଂହପୁର ଅଫିସ୍,୩୦।୧୨: ଆୟ ବର୍ହିଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଜଗତସିଂହପୁର ଜିଲା ତିର୍ତ୍ତୋଲ କୋର୍ଟରେ କାର୍ଯ୍ୟରତ ପୋଲିସ ଏଏସଆଇ ରବୀନ୍ଦ୍ର ସେନାପତିଙ୍କ ଘରେ ଭିଜିଲାନ୍ସ ଚଢାଉ ହୋଇଛି। ବୁଧବାର ସକାଳେ ଏହି ଚଢ଼ାଉ ଆରମ୍ଭ ହୋଇ ଥିବା ବେଳେ ତାଙ୍କ ଘରୁ ତାଙ୍କର ନିଜ ନାମରେ ଓ ପରିବାର ଲୋକଙ୍କ ନାଁରେ ଥିବା ୧୦ଟିରୁ ଉର୍ଦ୍ଧ୍ୱ ବ୍ୟାଙ୍କ ପାସବୁକ, ଏଟିଏମ କାର୍ଡ, ଜମିବାଡ଼ି କାଗଜପତ୍ର ଜବତ ହୋଇଛି। ଏହାସହ ୪ଟି ସ୍ଥାନରେ ଚଢାଉ ହୋଇଛି। ଭିଜିଲାନ୍ସ ଡିଏସପି ସୁରେନ୍ଦ୍ର ନାଥ ରାୟଗୁରୁଙ୍କ ନେତୃତ୍ବରେ ୨୫ ଜଣିଆ ଟିମ ଏହି ଚଢ଼ାଉରେ ସାମିଲ ହୋଇଛି।