ରଣପୁର,୧୮ା୧୧(ସ୍ବ.ପ୍ର.): ନୟାଗଡ଼ ଜିଲା ରଣପୁର ଗ୍ରାମ୍ୟ ଉନ୍ନୟନ ବିଭାଗର ସହକାରୀ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ଚଢ଼ାଉ ହୋଇଛି। ସହକାରୀ ଯନ୍ତ୍ରୀ ଜଣକ ହେଉଛନ୍ତି, ଋଷିନାଥ ବରାଳ। ଭିଜିଲାନ୍ସ ଟିମ୍୍ର ୪ଟି ଦଳ ଖୋର୍ଦ୍ଧା, ନୟାଗଡ଼, ରଣପୁର ଓ ଢେଙ୍କାନାଳରେ ରେଡ୍ ଜାରି ରଖିଛନ୍ତି। ଏହି ଚଢ଼ାଉରେ ୪ ଜଣ ଡିଏସ୍ପି, ୮ ଜଣ ଇନ୍ସପେକ୍ଟର ସାମିଲ ହୋଇ ଚଢ଼ାଉ କରୁଛନ୍ତି।
ସହକାରୀ ଯନ୍ତ୍ରୀଙ୍କଠାରୁ ଗୋଟିଏ ପ୍ଲଟ୍, ଗୋଟିଏ ଦାମୀ କାର୍, ୧ ଲକ୍ଷ ୩୦ ହଜାର ଟଙ୍କା ଜବତ ହୋଇଥିବା ଜଣାପଡ଼ିଛି।