ସହକାରୀ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ଚଢ଼ାଉ

କୋରାପୁଟ,୧୮ା୨(ସ୍ବ.ପ୍ର.): ଆୟ ବହିର୍ଭୂତ ସମ୍ପତି ଠୁଳ ଅଭିଯୋଗରେ ଶୁକ୍ରବାର ସକାଳୁ ସୁନାବେଡ଼ା ମ୍ୟୁନିସିପାଲିଟି ସହକାରୀ ଯନ୍ତ୍ରୀ ମନୋଜ ପାତ୍ରଙ୍କ ଘର ଓ କାର୍ଯ୍ୟାଳୟ ସମେତ ବ୍ରହ୍ମପୁର, ପାରଳାଖେମୁଣ୍ଡି, ଭୁବେନେଶ୍ୱର କୋରାପୁଟ ଆଦି ୬ଟି ସ୍ଥାନରେ ଭିଜିଲାନ୍ସ ପକ୍ଷରୁ ଚଢ଼ାଉ ଜାରି ରହିଛ।

ସୂଚନାଯୋଗ୍ୟ, ସହକାରୀ ଯନ୍ତ୍ରୀଙ୍କ ସୁନାବେଡ଼ା ମ୍ୟୁନିସିପାଲିଟି କାର୍ଯ୍ୟାଳୟ, ସୁନାବେଡ଼ାସ୍ଥିତ ସରକାରୀ ବାସଭବନ, ଭୁବେନେଶ୍ୱରସ୍ଥିତ ପୋଖରୀପୁଟସ୍ଥିତ କନତକା ଆପାର୍ଟମେଣ୍ଟ, ପାରଳାଖେମୁଣ୍ଡି ସିତାପୁରସ୍ଥିତ ପୈତୃକ ଘର, ବ୍ରହ୍ମପୁରରେ ସମ୍ପର୍କୀୟଙ୍କ ଘର, ବ୍ରହ୍ମପୁର ଶକ୍ତିନଗରସ୍ଥିତ ଦୁଇ ମହଲା ଘରେ ରେଡ୍‌ ଚାଲିଛି। ଏହି ଚଢ଼ାଉରେ ଜୟପୁର ଭିଜିଲାନ୍ସ ବିଭାଗର ୫ ଜଣ ଡିଏସ୍‌ପି, ୮ ଜଣ ଇନିସପେକ୍ଟର ଓ ଅନ୍ୟ କର୍ମଚାରୀମାନେ ସାମିଲ ରହିଥିବା ଜଣାଯାଇଛି। ପୂର୍ବରୁ କୋରାପୁଟ ମ୍ୟୁନିସିପାଲିଟି, ସୁନାବେଡ଼ା ମ୍ୟୁନିସିପାଲିଟି, ଖୋର୍ଦ୍ଧା ମ୍ୟୁନିସିପାଲିଟି ଆଦିରେ ଯନ୍ତ୍ରୀ ଭାବେ କାର୍ଯ୍ୟ କରିଥିବା ସମୟରେ ବହୁ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ କରିଥିବା ଅଭିଯୋଗ ହୋଇଥିଲା ା

Share