ରାୟଗଡ଼ା ଅଫିସ,୧୮।୩: ରାୟଗଡ଼ା ପୂର୍ତ୍ତ ବିଭାଗ ସହକାରୀ ନିର୍ବାହୀ ଯନ୍ତ୍ରୀଙ୍କ ଘରେ ଗୁରୁବାର ଭିଜିଲାନ୍ସ ଚଢ଼ାଉ ହୋଇଛି। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଏହି ଚଢ଼ାଉ କରିଛି ଭିଜିଲାନ୍ସ ବିଭାଗ l ରାୟଗଡ଼ା କସ୍ତୁରୀନଗର ବାଲାଜୀ ଟାଓ୍ବାରସ୍ଥିତ ସହକାରୀ ଯନ୍ତ୍ରୀ ବୀରେନ୍ଦ୍ର ଖରାଙ୍କ ବାସଭବନରେ ଚଢ଼ାଉ ହୋଇଛି। ତାଙ୍କ ଶ୍ୱଶୁର ସଦାନନ୍ଦ ଷଡ଼ଙ୍ଗୀ ଖରିଆରରେ ରେଞ୍ଜର ଥିଲେ ଏହି ଲିଙ୍କ୍କୁ କେନ୍ଦ୍ର କରି ଆଜି ରାୟଗଡ଼ା ଭିଜିଲାନ୍ସ ଡିଏସ୍ପି ଅନନ୍ତ ମଲିକଙ୍କ ତତ୍ତ୍ୱାବଧାନରେ ୪ ଜଣିଆ ଟିମ୍ ରେଡ୍ କରିଛି । ନଗଦ ଟଙ୍କା ସହ ଏଟିଏମ୍ ନିଆଯାଇଥିବା ଜଣାପଡ଼ିଛି।