କିରାଣିଙ୍କ ଘରେ ଭିଜିଲାନ୍ସ ଚଢ଼ାଉ

ବଲାଙ୍ଗୀର ଅଫିସ,୧୮ା୧୧: ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ସୁବର୍ଣ୍ଣପୁର ଉପଜିଲାପାଳ ଅଫିସର ମୁଖ୍ୟ କିରାଣି ରମେଶ କୁମାର ନାଗଙ୍କ ଘରେ ଗୁରୁବାର ଭିଜିଲାନ୍ସ ପକ୍ଷରୁ ଚଢ଼ାଉ କରାଯାଇଛି। ରମେଶଙ୍କ ବଲାଙ୍ଗୀରସ୍ଥିତ ଶାନ୍ତିପଡ଼ା ଘର, ତାଲପାଲିପଡ଼ାର ପୈତୃକ ଘର ସହ ସୁବର୍ଣ୍ଣପୁର କାର୍ଯ୍ୟାଳୟରେ ଭିଜିଲାନ୍ସ ଟିମ୍‌ ଚଢ଼ାଉ କରିଛି। ଚଢ଼ାଉ ସମୟରେ ବିଭିନ୍ନ ଆକାଉଣ୍ଟ ଓ ଜମିବାଡ଼ି କାଗଜପତ୍ର ଓ କିଛି ସୁନାଗହଣା ମିଳିଥିବା ସୂଚନା ମିଳିଛି।

ବଲାଙ୍ଗୀର ଡିଏସ୍‌ପିଙ୍କ ନେତୃତ୍ୱରେ ଏକକାଳୀନ ବଲାଙ୍ଗୀର,ସୋନପୁର ଓ ସମ୍ବଲପୁର ଭିଜିଲାନ୍ସ ବିଭାଗର କର୍ମଚାରୀ ଏହି ଚଢ଼ାଉ କରିଛନ୍ତି।

Share