ବଲାଙ୍ଗୀର ଅଫିସ, ୧୧।୨: ଆୟବର୍ହିଭୂତ ସମ୍ପତ୍ତି ଠୁଳ ମାମଲାରେ ଡେପୁଟି ରେଞ୍ଜର କେଶବ ନାୟକଙ୍କ ବଲାଙ୍ଗୀର ସାଗରପଡା ବାସଭବନରେ ଗୁରୁବାର ସକାଳୁ ଭିଜିଲାନ୍ସ ବିଭାଗ ପକ୍ଷରୁ ଚଢାଉ କରାଯାଇଛି। ବରଗଡ଼ ଭିଜିଲାନ୍ସ ଡିଏସପି ପରମେଶ୍ବର କିଶାନଙ୍କ ନେତୃତ୍ୱରେ ଭିଜିଲାନ୍ସ ଚଢ଼ାଉ ଜାରି ରହିଛି। ପ୍ରାଥମିକ ତଦନ୍ତରୁ ସ୍ଥାନୀୟ ଇନ୍ଦିରା ନଗରଠାରେ ଏକ ସରକାରୀ ଜମିରେ ତାଙ୍କର ଏକ କୋଠା ଥିବା ଜଣାପଡିଛି। କିଶାନଙ୍କ ନେତୃତ୍ୱରେ ୫ଟି ସ୍ଥାନରେ ଭିଜିଲାନ୍ସ ଚଢ଼ାଉ ହୋଇଛି। ବଲାଙ୍ଗୀର ଅଫିସ, ସାଗରପଡା ବାସଭବନ, ଇନ୍ଦିରା ନଗର ଓ ନୂଆ ବସଷ୍ଟାଣ୍ଡ ନିକଟ କୋଠା, ସୋନପୁର ସହରରେ ତାଙ୍କ ପୈତୃକ ଘରେ ଚଢ଼ାଉ ଜାରି ରହିଛି। ପ୍ରାଥମିକ ତଦନ୍ତରୁ ସ୍ଥାନୀୟ ଇନ୍ଦିରା ନଗର ଠାରେ ଥିବା ତାଙ୍କ କୋଠାଟି ସରକାରୀ ଜମିରେ ଥିବା ଜଣାପଡିଛି।