ଭୁବନେଶ୍ୱର,୧୪ା୩(ବ୍ୟୁରୋ): ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭୁବନେଶ୍ୱରରେ କାର୍ଯ୍ୟରତ ସହକାରୀ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ଅଜୟ ମିଶ୍ରଙ୍କ ଘରେ ଚଢ଼ାଉ ଚାଲିଛି। ଆର୍ ଆଣ୍ଡ ବି ଡିଭିଜନ ଫୋର୍ର ସହକାରୀ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ଅଜୟଙ୍କ ନାମରେ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗ ହୋଇଥିଲା। ଏହାକୁ ଆଧାର କରି ଭିଜିଲାନ୍ସ ବିଭାଗ ପକ୍ଷରୁ ଏକକାଳୀନ ୬ଟି ସ୍ଥାନରେ ଚଢ଼ାଉ ଜାରି ଚାଲିଛି। ଭୁବନେଶ୍ୱର, ଢେଙ୍କାନାଳ ଏବଂ ତାଳଚେରରେ ଏହି ଚଢ଼ାଉ ଚାଲିଥିବା ସୂଚନା ମିଳିଛି।