ଢେଙ୍କାନାଳ ଅଫିସ,୨।୧୧(ଡି.ଏନ୍.ଏ.): ଢେଙ୍କାନାଳ ମହାବୀର ରୋଡ ଫାଣ୍ଡି ଅଧିକାରୀ ସମରେନ୍ଦ୍ର ସାମଲଙ୍କ ଘରେ ମଙ୍ଗଳବାର ଭିଜିଲାନ୍ସ ପକ୍ଷରୁ ଚଢ଼ାଉ କରାଯାଇଛି। ଆୟବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଏହି ଚଢ଼ାଉ ହୋଇଛି। ସକାଳେ ସମରେନ୍ଦ୍ରଙ୍କ ଘର ସମେତ ୫ଟି ସ୍ଥାନରେ ଭିଜିଲାନ୍ସ ଟିମ୍ ଏକକାଳୀନ ଚଢ଼ାଉ କରିଛି। ୩ ଜଣ ଡିଏସ୍ପିଙ୍କ ତତ୍ତ୍ୱାବଧାନରେ ଭିଜିଲାନ୍ସର ୭ଟି ଟିମ ଏହି ଚଢ଼ାଉ କରିଛି।