ଧର୍ମଗଡ଼,୩୦।୧୨(ଡି.ଏନ୍.ଏ): କଳାହାଣ୍ଡି ଜିଲା ଇନ୍ଦ୍ରାବତୀ ପ୍ରକଳ୍ପର ପୂର୍ବତନ ଡ୍ରାଇଭର ରମେଶ ପଣ୍ଡାଙ୍କ ଘରେ ବୁଧବାର ଭିଜିଲାନ୍ସ ଚଢ଼ାଉ ହୋଇଛି। ଏକକାଳୀନ ତାଙ୍କ ଧର୍ମଗଡ଼ସ୍ଥିତ ବାସଭବନ ଓ ଜୁନାଗଡ଼ ଗେଷ୍ଟ ହାଉସରେ ଭିଜିଲାନ୍ସ ଚଢ଼ାଉ ଜାରି ରହିଛି। ଆୟବହିର୍ଭୂତ ସମ୍ପତ୍ତିଠୁଳ ଅଭିଯୋଗରେ ଏହି ଚଢ଼ାଉ ହୋଇଛି। ଏହି ଚଢ଼ାଉରେ କଳାହାଣ୍ଡି, ନୂଆପଡ଼ା ଏବଂ ମାଲକାନଗିରି ଭିଜିଲାନ୍ସ ଟିମ୍ ସାମିଲ ହୋଇଛନ୍ତି।