ଜିଆର୍‌ଏସ୍‌ଙ୍କ ଘରେ ଭିଜିଲାନ୍ସ ଚଢ଼ାଉ

ଭୁବନେଶ୍ୱର,୨୫ା୪(ବ୍ୟୁରୋ): ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଜିଆର୍‌ଏସ୍‌ଙ୍କ ଘରେ ସୋମବାର ଭିଜିଲାନ୍ସ ଚଢ଼ାଉ ହୋଇଛି। ଭୁବନେଶ୍ୱର କଳାରାହାଙ୍ଗ ପଞ୍ଚାୟତର ଜିଆରଏସ୍‌ ବାବୁଲି ଚରଣ ପଢ଼ିହାରୀଙ୍କ ଘରେ ଏହି ଚଢ଼ାଉ କରାଯାଇଛି। ଏକକାଳୀନ ୬ଟି ସ୍ଥାନରେ ଚଢ଼ାଉ ଜାରି ରହିଛି। ରଘୁନାଥପୁର ପୈତୃକ ଘର କଳାରାହାଙ୍ଗ ଅଫିସ ଅନ୍ୟାନ୍ୟ ସ୍ଥାନରେ ଏହି ରେଡ୍‌ ଚାଲିଥିବା ସୂଚନା ମିଳିଛି।

୩ ଜଣ ଡିଏସ୍‌ପି, ୧୦ ଇନ୍ସପେକ୍ଟର ଏବଂ ଅନ୍ୟାନ୍ୟ କର୍ମଚାରୀଙ୍କ ନେତୃତ୍ୱରେ ରାଜ୍ୟ ଭିଜିଲାନ୍ସ ଟିମ୍‌ ପକ୍ଷରୁ ଏହି ରେଡ୍‌ ଜାରି ରହିଛି। ତେଣୁ ମୋଟ୍‌ ସମ୍ପତ୍ତିର ଆକଳନ କରାଯାଇପାରିନାହିଁ। ଚଢ଼ାଉ ପରେ ସବିଶେଷ ତଥ୍ୟ ସମ୍ପର୍କରେ ସୂଚନା ମିଳିବ ବୋଲି ଭିଜିଲାନ୍ସ ବିଭାଗର ଜନୈକ କର୍ମଚାରୀ ପ୍ରକାଶ କରିଛନ୍ତି।

Share