ବାରିପଦା ଅଫିସ,୨୫।୧୧: ମୟୂରଭଞ୍ଜ ଜିଲା ବାରିପଦା ଆଇଟିଡିଏ କନିଷ୍ଠ ଯନ୍ତ୍ରୀଙ୍କ ଘରେ ଗୁରୁବାର ଭିଜିଲାନ୍ସ ଚଢ଼ାଉ ଜାରି ରହିଛି। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଯନ୍ତ୍ରୀ ସନ୍ତୋଷ ଦାସଙ୍କ ଭଡ଼ାଘର ସହିତ ୧୦ଟି ଟିମ୍ ୧୦ଟି ସ୍ଥାନରେ ଏହି ଚଡ଼ାଉ ଜାରି ରଖିଥିବା ଜାଣିବାକୁ ମିଳିଛି। ବହୁତ ଦିନ ପୂର୍ବରୁ ସନ୍ତୋଷ ଭିଜିଲାନ୍ସ ସ୍କାନରରେ ରହିଥିଲେ। ତାଙ୍କ ନାଁରେ ଆୟ ବହିର୍ଭୂତ ସମ୍ପତ୍ତି ଠୁଳର ଅଭିଯୋଗ ରହିଥିଲା। ସନ୍ତୋଷଙ୍କ ବାଲେଶ୍ବର ଜିଲା ଭୋଗରାଇସ୍ଥିତ ଶ୍ୱଶୁର ଘର, ବାରିପଦା ତାଙ୍କ ପୈତୃକ ଘର ଏବଂ ତାଙ୍କ କାର୍ଯ୍ୟାଳୟ ଆଦିରେ ଚଢ଼ାଉ ଜାରି ରହିଛି । ବର୍ତ୍ତମାନ ଯାଏ ଭିଜିଲାନ୍ସ କିଛି ସରକାରୀ କାଗଜପତ୍ର ଜବତ କରିଥିବା ବେଳେ ସବିଶେଷ ତଥ୍ୟ ମିଳିପାରିନାହିଁ।