ପଞ୍ଚାୟତ ଜିପିଇଓଙ୍କ ଘରେ ଭିଜିଲାନ୍ସ ଚଢ଼ାଉ

ବଲାଙ୍ଗୀର ଅଫିସ,୩୧ା୧୨: ଆୟବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଗୁରୁବାର ବଲାଙ୍ଗୀର ଜିଲା ପୁଇଁତଲା ବ୍ଲକ ପୁଇଁତଲା ପଞ୍ଚାୟତର ଜିପିଇଓ ବିହାରୀଲାଲ ବାରିକଙ୍କ ଘରେ ଭିଜିଲାନ୍ସ ବିଭାଗ ଚଢ଼ାଉ କରିଛି। ପିଇଓଙ୍କ ଶାନ୍ତିପଡ଼ା ଘର ଏବଂ ପୁଇଁନ୍ତଲା ଅଫିସରେ ଏକକାଳୀନ ଚଢ଼ାଉ ଜାରି ରହିଛି। ଏହି ଚଢ଼ାଉରେ ବଲାଙ୍ଗୀର, ସମ୍ବଲପୁର, ସୋନପୁର ଏବଂ ବରଗଡ଼ ଜିଲାର ଭିଜିଲାନ୍ସ ଟିମ୍‌ ସାମିଲ ହୋଇଛନ୍ତି । ପିଇଓଙ୍କ ଦୁଇ ମହଲା କୋଠା, ଜମିବାଡି, ନଗଦ ଟଙ୍କା, ସୁନା ଅଳଙ୍କାରକୁ ନେଇ ଭିଜିଲାନ୍ସର ଅନୁସନ୍ଧାନ ଜାରି ରହିଛି।

Share