ଭୁବନେଶ୍ୱର,୧୭ା୧୦(ବ୍ୟୁରୋ): ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ଘରେ ରବିବାର ଭିଜିଲାନ୍ସ ବିଭାଗ ପକ୍ଷରୁ ଚଢ଼ାଉ କରାଯାଇଛି। ଟାଟାରେ ଚାକିରି ଦେବା ନାଁରେ ଭାବି ଜ୍ୱାଇଁଙ୍କ ସହ ମିଶି ଠକେଇ ମାମଲାରେ ଏହି ଚଢ଼ାଉ କରାଯାଇଛି। ପ୍ରଦୀପଙ୍କ ସହ ତାଙ୍କ ମୁଖ୍ୟ ସହଯୋଗୀ ସର୍ବେଶ୍ୱର ରାଓ, କମ୍ବୁ ପାଣିଗ୍ରାହୀ ଏବଂ ପ୍ରଦୀପଙ୍କ ଡ୍ରାଇଭରଙ୍କ ଘରେ ମଧ୍ୟ ଭିଜିଲାନ୍ସ ବିଭାଗ ପକ୍ଷରୁ ଚଢ଼ାଉ ଜାରି ରହିଛି।
ଭାବି ଜ୍ୱାଇଁ ଆକାଶ ପାଠକଙ୍କ ସହ ମିଶି ଟାଟାରେ ଚାକିରି ଦେବା ନାଁରେ ଠକେଇ ହୋଇଥିଲା । ପ୍ରଦୀପ ଓ ଆକାଶ ଲକ୍ଷାଧିକ ଟଙ୍କା ଠକି ନେଇଥିଲେ। ପୂର୍ବରୁ ଏହି ମାମଲାରେ ପ୍ରଦୀପଙ୍କୁ ଭିଜିଲାନ୍ସ ବିଭାଗ ଗିରଫ ବି କରିଥିଲା। ତେବେ ରବିବାର ସକାଳୁ ଭିଜିଲାନ୍ସ ପକ୍ଷରୁ ଏକକାଳୀନ ୧୫ଟି ସ୍ଥାନରେ ଏହି ଚଢ଼ାଉ ଚାଲିଛି। ଚଢ଼ାଉ ବେଳେ ବହୁ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଜବତ ହୋଇଥିବା ବେଳେ ଏବେ ବି ଚଢ଼ାଉ ଜାରି ରହିଛି।