ଅଧ୍ୟାପକଙ୍କ ଘରେ ଭିଜିଲାନ୍ସ ଚଢାଉ

ଝାରସୁଗୁଡା ଅଫିସ, ୨୦।୭ ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭବାନୀପାଟଣା ସରକାରୀ ପଲିଟେକନିକ କଲେଜର ମେକାନିକାଲ ଅଧ୍ୟାପକ ସୂର୍ଯ୍ୟ ନାରାୟଣ ରାୟଙ୍କ ଝାରସୁଗୁଡା ଘର ସମତେ ୪ ସ୍ଥାନରେ ମଙ୍ଗଳବାର ଏକ ସଙ୍ଗେ ଭିଜିଲାନ୍ସ ଚଢାଉ ଜାରି ରହିଛି। ଚଢାଉ ମଧ୍ୟରେ ରହିଛି ଝାରସୁଗୁଡା ବାସଗୃହ, ଭବାନୀପାଟଣା କଲେଜ କାର୍ଯ୍ୟାଳୟ,ତାଙ୍କ ସ୍ତ୍ରୀଙ୍କ ସୁନ୍ଦରଗଡ କାର୍ଯ୍ୟାଳୟ ଓ ପୈତୃକ ଗ୍ରାମ କେନ୍ଦ୍ରାପଡା ଜିଲା ନିଆଳି ଥାନା ଅନ୍ତର୍ଗତ ଉଜଙ୍ଗ ଗ୍ରାମ । ଏହି ଚଢାଉ ପାଇଁ ୪ ଭିଜିଲାନ୍ସ ଟିମ ଗଠନ କରାଯାଇଛି । ଏଥିରେ ଝାରସୁଗୁଡା, ରାଉରକେଲା, ସୁନ୍ଦରଗଡ ଓ ଦେବଗଡ ଭିଜିଲାନ୍ସ ବିଭାଗ ସାମିଲ ହୋଇଛି। ଏନେଇ ଭିଜିଲାନ୍ସ ବିଭାଗ ତରଫରୁ ତଦନ୍ତ ଜାରି ରହିଛି ବୋଲି ଜଣାପଡିଛି। ସୂର୍ଯ୍ୟ ନାରାୟଣ ଏହା ପୂର୍ବରୁ ଝାରସୁଗୁଡା ଇଞ୍ଜିନିୟରିଂ ସ୍କୁଲରେ ଅଧ୍ୟାପକ ରହିଥିଲେ । ତାଙ୍କ ସ୍ତ୍ରୀ ପୂର୍ବରୁ ଝାରସୁଗୁଡା ଏମ ଆଇ ବିଭାଗରେ ଆସିଷ୍ଟାଣ୍ଡ ଇଞ୍ଜିନିୟର ରହିଥିଲେ। ଏବେ ସେ ସୁନ୍ଦରଗଡରେ ଏମଆଇ ବିଭାଗର ଆସିଷ୍ଟାଣ୍ଡ ଇଞ୍ଜିନିୟର ରହିଛନ୍ତି।

Share