Advertisement

ପ୍ରକଳ୍ପ ଅଧିକାରୀଙ୍କ ଘରେ ପଶିଲା ଭିଜିଲାନ୍ସ: ୭ ସ୍ଥାନରେ ଏକକାଳୀନ ଚଢାଉ

ବଣାଇଁ, ୩୦।୧(ପ୍ରଦୀପ ତ୍ରିପାଠୀ): ଆଜି ସକାଳୁ ବଣାଇଁ ଆଦିବାସୀ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ପ୍ରଶାସକ ବିଶ୍ୱଦର୍ଶୀ ସାହୁ(ଓଡବ୍ଲୁଏସ୍‌)ଙ୍କ ବଣାଇଁସ୍ଥିତ ସରକାରୀ ବାସଭବନ ସମେତ ଭୁବନେଶ୍ୱର, ବାଲେଶ୍ୱର, ଯାଜପୁର, ଅଞ୍ଚଳର ୭ଟି ସ୍ଥାନରେ ଏକକାଳୀନ ଭିଜିଲାନ୍ସ ଚଢାଉ ଚାଲିଛି l ସୁନ୍ଦରଗଡ଼ ଭିଜିଲାନ୍ସ କୋର୍ଟଙ୍କ ନିର୍ଦ୍ଦେଶକ୍ରମେ ଏହି ତଦନ୍ତ ଚାଲିଥିବା ପ୍ରାଥମିକ ସୂତ୍ରରୁ ଜଣାପଡିଛି। ଆୟ ବର୍ହିଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ, ଓଡ଼ିଶା ଭିଜିଲାନ୍ସ ଦ୍ୱାରା ଜଣେ ଅତିରିକ୍ତ ଏସ.ପି, ୩ ଜଣ ଡିଏସଏସ୍‌ପିଙ୍କ ନେତୃତ୍ୱରେ ଏକକାଳୀନ ସମସ୍ତ ସ୍ଥାନରେ ଘର ତଲାସ କରାଯାଉଛି।
ସ୍ବତନ୍ତ୍ର ବିଚାରପତି, ଭିଜିଲାନ୍ସ, ସୁନ୍ଦରଗଡ଼ଙ୍କ ଦ୍ୱାରା ଜାରି ହୋଇଥିବା ସର୍ଚ୍ଚ ୱାରେଣ୍ଟ ବଳରେ ଭୁବନେଶ୍ୱର, ବାଲେଶ୍ୱର, ଯାଜପୁର ଏବଂ ବଣାଇଁ ସମେତ ୭ଟି ସ୍ଥାନରେ ୧୦ ଜଣ ଇନ୍ସପେକ୍ଟର ଏବଂ ଅନ୍ୟାନ୍ୟ ସହାୟକ କର୍ମଚାରୀଙ୍କ ଦାରା ଚଢାଉ ଜାରି ରହିଛି l ତନ୍ମଧ୍ୟରୁ ଦୁଇ ମହଲା ବିଶିଷ୍ଟ ଆବାସିକ କୋଠା ଶ୍ରୀରାମ ନଗର, ପୁରୁଣା ସହର, ପ୍ଲଟ ନମ୍ବର ୧୮୧୩/୩୯୪୧, ମୌଜା-ୟୁନିଟ-୨୭, ଫ୍ଲାଟ ନମ୍ବର ୩୦୪, ତୃତୀୟ ମହଲା, ଭଗବାନ ଟାୱାର, ଲକ୍ଷ୍ମୀସାଗର, ଫ୍ଲାଟ ନମ୍ବର ୪୦୨, ଚତୁର୍ଥ ମହଲା, EVOS ଗାଲାକ୍ସି, ୟୁନିଟ ୩, ଖାରବେଳନଗର। ସୁକୁମାର ନାୟକ ଆପାର୍ଟମେଣ୍ଟ, ଫ୍ଲାଟ ନମ୍ବର ୩୦୨, ବାଲେଶ୍ୱରର ଏସ.ଏନ.ସେନ ରୋଡ,ଯାଜପୁର ଟାଉନରେ ତାଙ୍କ ସମ୍ପର୍କୀୟଙ୍କ ଘର, ସୁନ୍ଦରଗଡ଼ ଜିଲା ବଣାଇଁରେ ତାଙ୍କ ସରକାରୀ ବାସଭବନ ଏବଂ ତାଙ୍କ କାର୍ଯ୍ୟାଳୟ, ଆଇଟିଡିଏ ଇତ୍ୟାଦି ସ୍ଥାନରେ ଏକକାଳୀନ ତଦନ୍ତ ଚାଲିଛି l

 

 

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share