ଯନ୍ତ୍ରୀଙ୍କର ରହିଛି ୧୪ ପ୍ଲଟ୍‌, ଏକାଧିକ କୋଠା

ଭୁବନେଶ୍ୱର,୭ା୧(ବ୍ୟୁରୋ): ଆୟ ବହିଃର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଜାଲରେ ପଡ଼ିଥିବା ଭୁବନେଶ୍ୱର ଆରଡବ୍ଲ୍ୟୁଏସ୍‌ଏସ୍‌ ଡିଭିଜନର ଅଧୀକ୍ଷଣ ଯନ୍ତ୍ରୀ ବିଜୟାନନ୍ଦ ସାହୁଙ୍କର ୨ଟି ତିନି ମହଲା କୋଠା ଗୋଟିଏ ଦୁଇ ମହଲା କୋଠା ସମେତ ୧୪ଟି ପ୍ଲଟ୍‌ ରହିଛି। ଏହା ସହିତ ନଗଦ ୧.୮ ଲକ୍ଷ ଟଙ୍କା ଓ ୧୫ ଲକ୍ଷ ଟଙ୍କାର ବ୍ୟାଙ୍କ ଜମା ଜବତ ହୋଇଥିବା ଭିଜିଲାନ୍ସ ବିଭାଗ ପକ୍ଷରୁ ଜଣାପଡ଼ିଛି।

ଏହା ବ୍ୟତୀତ ତାଙ୍କର ଭୁବନେଶ୍ୱର, ଅନୁଗୋଳ ଓ ଢେଙ୍କାନାଳରେ ମୋଟ୍‌ ୧୪ଟି ପ୍ଲଟ୍‌ ରହିଛି। ଏଥିମଧ୍ୟରୁ ୬ଟି ତାଙ୍କ ଶାଳୀଙ୍କ ନାଁରେ ଓ ୫ଟି ତାଙ୍କ ଶଳାଙ୍କ ନାଁରେ ରହିଛି। ଏଗୁଡ଼ିକ ବିଜୟାନନ୍ଦଙ୍କ ବେନାମୀ ସମ୍ପତ୍ତି ବୋଲି ଭିଜିଲାନ୍ସ ସନ୍ଦେହ କରୁଛି। ଏନେଇ ଅଧିକ ଯାଞ୍ଚ ଚାଲିଛି। ସେହିପରି ତାଙ୍କର ୩ଟି ଯାକ କୋଠା ଓ ପ୍ଲଟର ମୂଲ୍ୟାୟନ କରାଯାଉଛି।

Share