ବଲାଙ୍ଗୀର ଅଫିସ,୭।୮: ଆୟବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ବଲାଙ୍ଗୀର ଜିଲାର ପୁଇଁତଲା ବ୍ଳକର ବରିଷ୍ଠ କିରାଣିଙ୍କ ୩ଟି ସ୍ଥାନରେ ଭିଜିଲାନ୍ସ ଚଢ଼ାଉ କରିଛି। ଶନିବାର ସକାଳେ ବରିଷ୍ଠ କିରାଣି ରବୀନ୍ଦ୍ର କୁମାର ମହାନ୍ତିଙ୍କ ବଲାଙ୍ଗୀର ସହର ସାଗରପଡା ବାସଭବନ, ଗୁଡଭେଲା ବ୍ଳକର ଡାହିମାଳ ଗ୍ରାମ ସ୍ଥିତ ବାସଭବନ ଓ ପୁଇଁତଲା ବ୍ଳକ ଅଫିସରେ ଭିଜିଲାନ୍ସ ବିଭାଗ ପକ୍ଷରୁ ଏକକାଳୀନ ଚଢ଼ାଉ କରାଯାଇଛି। ବଲାଙ୍ଗୀର ଓ ସମ୍ବଲପୁର ଭିଜିଲାନ୍ସ ଟିମ ମିଳିତ ଭାବେ ଏହି ଚଢ଼ାଉ କରିଛନ୍ତି।