ଝାରସୁଗୁଡ଼ା ଅଫିସ,୨୬ା୧୧: ବେଲପାହାଡ଼ସ୍ଥିତ ଶ୍ରୀ ବାଲାଜୀ ଇଞ୍ଜିକନ ଲିଃ ନାମକ ଠିକାସଂସ୍ଥାର ମୁଖ୍ୟ କାର୍ଯ୍ୟାଳୟ ସମେତ ରାଜ୍ୟର ବିଭିନ୍ନ ସ୍ଥାନରେ ଶୁକ୍ରବାର ଆୟକର ବିଭାଗ ପକ୍ଷରୁ ଚଢ଼ାଉ ଜାରି ରହିଛି। ଭୁବନେଶ୍ବର ଆୟକର ବିଭାଗ କାର୍ଯ୍ୟାଳୟରୁ ୬୦ରୁ ଊଦ୍ଧର୍ବ ଅଧିକାରୀ ଓ କର୍ମଚାରୀ ଉକ୍ତ ଠିକାସଂସ୍ଥା କାର୍ଯ୍ୟାଳୟରେ ପହଞ୍ଚି ବିଭିନ୍ନ କାଗଜପତ୍ର ଯାଞ୍ଚ ଚଳାଇଛନ୍ତି। ଏହି କାର୍ଯ୍ୟାଳୟକୁ ପୋଲିସ ଜଗି ରହିଥିବା ବେଳେ ଭିତରକୁ କାହାରିକୁ ଛାଡ଼ି ଦେଉନାହିଁ। ୨୮ଟି ଗାଡ଼ିରେ ଆୟକର ବିଭାଗର ଅଧିକାରୀ ଓ କର୍ମଚାରୀମାନେ ଆସିଥିବା ଜଣାପଡ଼ିଛି। ଖବରପାଇ ବିଭିନ୍ନ ଗଣମାଧ୍ୟମ ପ୍ରତିନିଧି ଉକ୍ତ କାର୍ଯ୍ୟାଳୟ ସମ୍ମୁଖରେ ପହଞ୍ଚିଥିଲେ ମଧ୍ୟ ପୋଲିସ କାହାରିକୁ ଭିତରକୁ ଛାଡ଼ି ନ ଥିଲା ।