ଶିକ୍ଷକଙ୍କ ଘରେ ଭିଜିଲାନ୍ସ ଚଢାଉ

ବ୍ରହ୍ମପୁର ଅଫିସ ,୧୪।୧୦ – ସ୍ବତନ୍ତ୍ର ଭିଜିଲାନ୍ସ ଜଜଙ୍କ ଅନୁମତି କ୍ରମେ ବ୍ରହ୍ମପୁର ଭିଜିଲାନ୍ସ ବିଭାଗ ତରଫରୁ ବୈକୁଣ୍ଠନଗରରେ ରହୁଥିବା ଜଣେ ଶିକ୍ଷକଙ୍କ ଘରେ ବୁଧବାର ଚଢାଉ କରାଯାଇଛି। ଶିକ୍ଷକ ଭୁବନାନନ୍ଦ ସାହୁ ଆୟବର୍ହିଭୁତ ସମ୍ପତ୍ତି ଠୁଳ କରିଥିବା ଅଭିଯୋଗରେ ଭିଜିଲାନ୍ସ ତାଙ୍କର ବ୍ରହ୍ମପୁର ବାସଭବନ, ଭୁବନେଶ୍ୱରରେ ଥିବା ଫ୍ଲାଟ ସମେତ ୯ଟି ସ୍ଥାନରେ ଚଢାଉ ଜାରି ରଖିଥିବା ନେଇ ଏସପି ଅନିଲ କୁମାର ପାତ୍ର ସୂଚନା ଦେଇଛନ୍ତି। ଚଢାଉ ଜାରି ରହିଥିବାରୁ ତାଙ୍କର ସ୍ଥାବର ଓ ଅସ୍ଥାବର ସମ୍ପତ୍ତିର ଆକଳନ କରାଯାଇପାରିନାହିଁ । ୯ଟି ଟିମ ଗଠନ କରାଯାଇ ଶିକ୍ଷକଙ୍କ ବିଭିନ୍ନ ସ୍ଥାନରେ ଥିବା ଘର ଉପରେ ଚଢାଉ କରାଯାଇଛି ବୋଲି ସେ କହିଛନ୍ତି ।

Share