ନବରଙ୍ଗପୁର,୧୪।୧୦(ବି.ପ୍ର.): ନିୟନ୍ତ୍ରିତ ବଜାର ବରିଷ୍ଠ କିରାଣି ଅଶୋକ ନନ୍ଦଙ୍କ ଘରେ ଆୟବହିର୍ଭୂତ ସମ୍ପତ୍ତିଠୁଳ ଅଭିଯୋଗରେ ନବରଙ୍ଗପୁର ଭିଜିଲାନ୍ସ ଚଢ଼ାଉ କରିଛି । ଏକ କାଳୀନ ୩ ସ୍ଥାନରେ ଭିଜିଲାନ୍ସ ଚଢ଼ାଉ ଜାରିରଖିଛି। ପୈତୃକ ଘର, ଭାଟିଶାଳଗୁଡାରେ ଥିବା ବାସଭବନ ଓ ନିୟନ୍ତ୍ରିତ ବଜାର କମିଟିର ଅଫିସରେ ଭିଜିଲାନ୍ସ ଚଢ଼ାଉ କରିଛି। ବର୍ତମାନ ସୁଦ୍ଧା ୭ଟି ଚାରିଚକିଆ ଗାଡ଼ି ରହିଥିବା ସୂଚନା ପାଇଛି ଭିଜିଲାନ୍ସ। ଚଢ଼ାଉ ସମାପ୍ତ ପରେ ହିଁ ସର୍ବମୋଟ ଆକଳନ କରାଯିବ ବୋଲି ଭିଜିଲାନ୍ସ ଡିଏସ୍ପି ସୁରେନ୍ଦ୍ର ନାଥ ପାଣିଗ୍ରାହୀ କହିଛନ୍ତି।