Advertisement

ଦେବଗଡ଼ ପୌର ନିର୍ବାହୀ ଅଧିକାରୀଙ୍କ ଘରେ ଭିଜିଲାନ୍ସ ଚଢ଼ାଉ

ଝାରସୁଗୁଡ଼ା ଅଫିସ,୭।୭: ଦେବଗଡ଼ ପୌର ନିର୍ବାହୀ ଅଧିକାରୀଙ୍କ ଘରେ ମଙ୍ଗଳବାର ଭିଜିଲାନ୍ସ ଚଢ଼ାଉ କରିଛି। ଆୟବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଦେବଗଡ଼ ପୌର ନିର୍ବାହୀ ଅଧିକାରୀ କୁଞ୍ଜବନ ପ୍ରଧାନଙ୍କ ଘର ସମେତ ୩ଟି ସ୍ଥାନରେ ଭିଜିଲାନ୍ସ ପକ୍ଷରୁ ଚଢ଼ାଉ ଚାଲିଛି । ରାଉରକେଲା ଭିଜିଲାନ୍ସ ଡିଏସ୍‌ପି ବିରେନ୍ଦ୍ର କୁମାର ନାୟକଙ୍କ ନେତୃତ୍ୱରେ ଭିଜିଲାନ୍ସର ୧୦ ଜଣିଆ ଟିମ୍‌ ଭୋର ୫ଟାରେ ଝାରସୁଗୁଡ଼ା ଜିଲା ବ୍ରଜରାଜନଗର ରାଜପୁର କଟାପାଲି ସ୍ଥିତ କୁଞ୍ଜବନଙ୍କ ପୈତୃକ ଘରେ ଚଢ଼ାଉ କରିଛନ୍ତି।
ସେହିପରି ଝାରସୁଗୁଡ଼ା ବନ୍ଧବାହାଲ ସ୍ଥିତ କୁଞ୍ଜବନଙ୍କ ଶ୍ୱଶୁର ଘର, ଦେବଗଡ଼ ଘର ଓ ଅଫିସରେ ଏକକାଳୀନ ଚଢ଼ାଉ ଚାଲିଥିବା ଭିଜିଲାନ୍ସ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି। ଚଢ଼ାଉ ବେଳେ ବହୁ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ସହ ଅନ୍ୟାନ୍ୟ ଜିନିଷ ଭିଜିଲାନ୍ସ ଯାଞ୍ଚ କରୁଥିବା ସୂଚନା ମିଳିଛି ।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share