ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ଘରେ ଭିଜିଲାନ୍ସ ଚଢ଼ାଉ

ବଲାଙ୍ଗୀର ଅଫିସ/ମୁରିବାହାଲ,୮।୯(ଡି.ଏନ.ଏ.): ବଲାଙ୍ଗୀର ଜିଲା ମୁରିବାହାଲ ବ୍ଲକ ଅନ୍ତର୍ଗତ ଚଲକି ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ବିଶ୍ବମ୍ବର ଭୋଇଙ୍କ ଘରେ ବୁଧବାର ଭିଜିଲାନ୍ସ ଟିମ୍‌ ପକ୍ଷରୁ ଚଢ଼ାଉ ଚାଲିଛି। ଆୟବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ପଞ୍ଚାୟତ କାର୍ଯ୍ୟାଳୟ, ପାଟଣାଗଡ ଗଙ୍ଗାନଗର ଏବଂ ମସିହା ଗ୍ରାମସ୍ଥିତ ଘରେ ଏକକାଳୀନ ଚଢ଼ାଉ ଚାଲିଛି। ତଦନ୍ତ ପରେ ସବିଶେଷ ତଥ୍ୟ ଦିଆଯିବ ବୋଲି ଭିଜିଲାନ୍ସ ଡିଏସ୍‌ପି ସଦାନନ୍ଦ ପାଣି କହିଛନ୍ତି । ଏହି ଚଢ଼ାଉରେ ବଲାଙ୍ଗୀର, ବରଗଡ଼, ସୋନପୁର ଓ ସମ୍ବଲପୁର ଭିଜିଲାନ୍ସ ବିଭାଗ ସାମିଲ ଥିବା ଜଣାପଡ଼ିଛି।

Share