ବରଗଡ଼ ଅଫିସ,୨।୭: ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଗୁରୁବାର ସକାଳୁ ବରଗଡ଼ ଭିଜିଲାନ୍ସ ପକ୍ଷରୁ ଅବାକରୀ ଅଧୀକ୍ଷକ ମକରଧ୍ବଜ ବର୍ଗେଙ୍କ ବାସଭବନରେ ଭିଜିଲାନ୍ସ ଚଢାଉ ଚାଲିଛି। ଏକକାଳୀନ ବର୍ଗେଙ୍କ ସମ୍ବଲପୁର, ବୁର୍ଲା, ବଲାଙ୍ଗିର, ରାମପୁରରେ ଥିବା ନିଜ ଘର ସମେତ ବରଗଡ଼ ଅବକାରୀ କାର୍ଯ୍ୟାଳୟ, ବରଗଡ଼ ବାସଭବନ, ଡୁଙ୍ଗୁରିପାଲିସ୍ଥିତ ଇନ୍ଧନ ଗ୍ୟାସ ଗୋଦାମ ଆଦି ୮ଟି ସ୍ଥାନରେ ଏହି ଚଢାଉ ଜାରି ରହିଛି। ଭିଜିଲାନ୍ସ ପକ୍ଷରୁ ଏବେ ବି ଚଢ଼ାଢ଼ ଜାରି ରହିଛି। ସମ୍ବଲପୁର ଭିଜିଲାନ୍ସ ଡିଭିଜନର ୮ଟି ଟିମ୍ ଏହି ଚଢାଉରେ ସାମିଲ ଅଛନ୍ତି।