କାମାକ୍ଷାନଗର,୧୮ା୧୧: ଢେଙ୍କାନାଳ ଜିଲା କାମାକ୍ଷାନଗର ଉପଜିଲାପାଳଙ୍କ ଘରେ ସୋମବାର ଭିଜିଲାନ୍ସ ପକ୍ଷରୁ ଚଢ଼ାଉ କରାଯାଇଛି। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଉପଜିଲାପାଳ ନାରାୟଣ ଚନ୍ଦ୍ର ନାୟକଙ୍କ ଘରେ ଏହି ଚଢ଼ାଉ ଜାରି ରହିଛି। ଉପଜିଲାପାଳଙ୍କ ଅଫିସ, ସରକାରୀ କ୍ୱାର୍ଟର୍ସ ସମେତ ଏକକାଳୀନ ୧୦ଟି ସ୍ଥାନରେ ଚଢ଼ାଉ ଚାଲିଛି।
ଏହି ଚଢାଉରେ ୭ ଡିଏସପି, ୩ ଜଣ ଇନସପେକ୍ଟର ଏବଂ ୮ ଜଣ ଆଇଆଇସି ସାମିଲ ଅଛନ୍ତି। ଉପଜିଲାପାଳଙ୍କର ଭୁବନେଶ୍ୱର ଝାରପଡ଼ାରେ ୩ ମହଲା କୋଠା, ଭଦ୍ରକ କୁଆଁଶରେ ୩ ମହଲା, ଗେଲପୁରରେ ଏକ ଦୁଇ ମହଲା ବିଶିଷ୍ଟ କୋଠା ଥିବା ସୂଚନା ମିଳିଛି। ତାଙ୍କ ସହଯୋଗୀଙ୍କ ଘର-ଜୋରାଗଡ଼ିଆ, ଭଣ୍ଡାରିପୋଖରୀ, ଭଦ୍ରକରେ ମଧ୍ୟ ଚଢ଼ାଉ ଚାଲିଛି। ଚଢ଼ାଉ ଜାରି ରହିଥିବାରୁ ସମ୍ପତ୍ତିର ଆକଳନ କରାଯାଇପାରିନାହିଁ।