ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ସହକାରୀ ଯନ୍ତ୍ରୀଙ୍କ ଘରେ ପଶିଲା ଭିଜିଲାନ୍ସ

ଭଞ୍ଜନଗର,୧୧।୯(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଜଳସମ୍ପଦ ବିଭାଗ କାର୍ଯ୍ୟାଳୟରେ କାର୍ଯ୍ୟରତ ସହକାରୀ ଯନ୍ତ୍ରୀ ପ୍ରସନ୍ନ କୁମାର ସ୍ବାଇଁଙ୍କ ଘରେ ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ବୁଧବାର ସକାଳୁ ଭିଜିଲାନ୍ସ ଚଢାଉ କରିଛି। ବ୍ରହ୍ମପୁର ଭିଜିଲାନ୍ସ ଏସ୍‌ପିଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଏକାକାଳୀନ ୯ ଟି ସ୍ଥାନରେ ଚଢାଉ ହୋଇଛି। ସେଥିମଧ୍ୟରୁ ଭଞ୍ଜନଗରରେ ୭ ଟି, ବ୍ରହ୍ମପୁର ତୁଳସୀନଗର ଏବଂ ବେଲଗୁଣ୍ଠା ବ୍ଲକ ଲୁଦଲୁଦି ଘରେ ଚଢାଉ ଚାଲିଛି। ଚଢାଉ ସମୟରେ ଏକାଧିକ ମୂଲ୍ୟବାନ କୋଠା ବିଭାଗ ପକ୍ଷରୁ ଠାବ କରାଯାଇଛି। ଚୂଡାନ୍ତ ରିପୋର୍ଟ ଆସିବା ପରେ କେତେ ସମ୍ପତ୍ତି ଠାବ ହୋଇଛି ଜଣାପଡ଼ିବ। ଏହି ଚଢାଉରେ ୭ଜଣ ଡିଏସପି, ୫ ଜଣ ଇନ୍ସପେକ୍ଟର ପ୍ରମୁଖ ସାମିଲ ଅଛନ୍ତି।

ସୂଚନାଯାଗ୍ୟ, ପ୍ରସନ୍ନ କୁମାରଙ୍କ ବିରୋଧରେ ବହୁଦିନ ହେବ ଆୟବର୍ହିଭୂତ ସମ୍ପତ୍ତି ଠୁଳ ନେଇ ଅଭିଯୋଗ ଥିଲା। ତେଣୁ ଭିଜିଲାନ୍ସ ଟିମ ତାଙ୍କର ଗତିବିଧି ଉପରେ ନଜର ରଖିଥିଲା। ପ୍ରମାଣ ଏକାଠି କରିବା ପରେ ଆଜି ଭିଜିଲାନ୍ସ ଟିମ ସକାଳୁ ସକାଳୁ ଚଢାଉ କରିଛି।

Share