ଜେଲ୍‌ ସୁପରିଟେଣ୍ଡେଣ୍ଟଙ୍କ ଘରେ ଭିଜିଲାନ୍ସ ରେଡ୍‌

କେନ୍ଦୁଝର,୬ା୯: କେନ୍ଦୁଝର ଜେଲ୍‌ ସୁପରିଟେଣ୍ଡେଣ୍ଟଙ୍କ ଘରେ ଶୁକ୍ରବାର ଭିଜିଲାନ୍ସ ବିଭାଗ ପକ୍ଷରୁ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଚଢ଼ାଉ ଚାଲିଛି।

ଜିଲା ମୁଖ୍ୟ କାରାଗାରର ସୁପରିଟେଣ୍ଡେଣ୍ଟ ବା ଅଧୀକ୍ଷକ ସତ୍ୟ ପ୍ରକାଶ ସ୍ବାଇଁଙ୍କ କେନ୍ଦୁଝର ସରକାରୀ ବାସଭବନ ସମେତ ଭୁବେନେଶ୍ୱରସ୍ଥିତ ବାସଭବନରେ ଭିଜିଲାନ୍ସ ବିଭାଗ ଏକକାଳୀନ ୬ଟି ସ୍ଥାନରେ ଚଢ଼ାଉ କରିଛି। କେନ୍ଦୁଝର ଅଫିସ ସହ ସରକାରୀ ବାସଭବନ, ଲକ୍ଷ୍ମୀସାଗରରେ ଥିବା ନିଜ ବାସଭବନ ଓ ଶ୍ୱଶୁର ଘର, ଜାଗମରା ବାସଭବନ, ଝାରପଡ଼ା ଜେଲ ପୁରୁଣା କ୍ୱାର୍ଟର, ଭଦ୍ରକର ପୈତୃକ ଘରେ ମଧ୍ୟ ରେଡ୍‌ ଚାଲିଛି। ଆଜି ସକାଳୁ କେନ୍ଦୁଝର ଜେଲ୍‌ରେ ସ୍ଥାନୀୟ ଭିଜିଲାନ୍ସ ଟିମ୍‌ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। ଯାଞ୍ଚ ପରେ ମୋଟ୍‌ ସମ୍ପତ୍ତି ଜଣାପଡ଼ିବ ବୋଲି ସ୍ଥାନୀୟ ୟୁନିଟ୍‌ ଡିଏସ୍‌ପି ସୁଧାଂଶୁ ପୂଜାରୀ କହିଛନ୍ତି।
Share