ଗ୍ରାମ୍ୟ ରୋଜଗାର ସେବକଙ୍କ ଘରେ ଭିଜିଲାନ୍ସ ଚଢାଉ

ନବରଙ୍ଗପୁର,୨୧।୧(ବି.ପ୍ର.): ନବରଙ୍ଗପୁର ଜିଲା ଉମରକୋଟ ବ୍ଲକ ସିଂସାରୀ ଓ ଭଣ୍ଡାରୀଗୁଡା ପଞ୍ଚାୟତର ଗ୍ରାମ୍ୟ ରୋଜଗାର ସେବକ (ଜିଆର୍‌ଏସ୍‌) ହିମାଞ୍ଜଳ ବାଘଙ୍କ ଘରେ ଭିଜିଲାନ୍ସ ଚଢାଉ ହୋଇଛି। ତାଙ୍କ ଉମରକୋଟ ଭଗବତୀ ନଗରସ୍ଥିତ ବାସଭବନ, ସାନଭରଣ୍ଡିସ୍ଥିତ ବାସଭବନ ଓ ସିଂସାରୀ ଓ ଭଣ୍ଡାରୀଗୁଡା ପଞ୍ଚାୟତ କାର୍ଯ୍ୟାଳୟରେ ଭିଜିଲାନ୍ସ ଚଢ଼ାଉ ଜାରି ରହିଛି। ହିମାଞ୍ଚଳଙ୍କ ନାଁରେ ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗ ଆସିଥିଲା। ତାଙ୍କ ଘରୁ ବିପୁଳ ପରିମାଣର ସମ୍ପତ୍ତି ଜବତ କରାଯାଇଛି। ଚଢାଉ ସମୟରେ ଜିଆର୍‌ଏସ୍‌ଙ୍କ ଘରୁ ୧୭ ଲକ୍ଷ ୮୩ ହଜାର ନଗଦ ଟଙ୍କା, ଗୋଟିଏ କାର, ୩ଟି ମୋଟର ସାଇକେଲ ଓ ଗୋଟିଏ ଅଟୋ ଜବତ କରାଯାଇଛି।ଏହି ଚଢାଉରେ ନବରଙ୍ଗପୁର, କଳାହାଣ୍ଡି, ଜୟପୁର, ମାଲକାନଗିରି ଓ ନୂଆପଡାର ୩ଟି ଟିମ ସାମିଲ ଅଛନ୍ତି । ବ୍ୟାଙ୍କ, ମାକ୍ରୋଫାଇନାନ୍ସ ଓ ପୋଷ୍ଟାଲରେ ରହିଥିବା ପାସବୂକର ଜମା ଗୁଡିକ ଦେଖିବା ପରେ କେତେ ଟଙ୍କା ଜମା ରହିଛି ଓ ସ୍ଥାବର ଅସ୍ଥାବର ସମ୍ପତ୍ତି କେତେ ରହିଛି ଆକଳନ ପରେ ଜଣାପଡିବ ବୋଲି ଭିଜିଲାନ୍ସ ଡିଏସପି ସୁଶାନ୍ତ କୁମାର ବିଶ୍ବାଳ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବାଲିଯାତ୍ରା କି ବାଣିଜ୍ୟ ମେଳାରେ ଦାରିଙ୍ଗବାଡ଼ି କଫିର ଚାହିଦା ନାହିଁ, ପ୍ରଚାର ପ୍ରସାର ପାଇଁ ଯଦି…

ଦାରିଙ୍ଗବାଡ଼ି,୧୬ା୧୧(ଅରୁଣ ସାହୁ): ଜୈବିକ ପଦ୍ଧତିିରେ ଦାରିଙ୍ଗବାଡ଼ି କଫି ଚାଷ କରାଯାଉଛି। କୋରାପୁଟ ପରେ ଦାରିଙ୍ଗବାଡ଼ି କଫିର ବହୁତ ଚାହିଦା ରହିଛି ହେଲେ ଦାରିଙ୍ଗବାଡ଼ି କଫିକୁ ନେଇ...

କେଏଲ୍‌ ରାହୁଲଙ୍କ ଉପରେ ଟଙ୍କା ବର୍ଷା: ନିଲାମ୍‌ ପୂର୍ବରୁ ଅଶ୍ୱିନ୍‌ କଲେ ବଡ଼ ଖୁଲାସା

ନୂଆଦିଳ୍ଲୀ,୧୬।୧୧: କେଏଲ୍‌ ରାହୁଲଙ୍କ ଆଇପିଏଲ ୨୦୨୫ ମେଗା ନିଲାମ ପୂର୍ବରୁ ଭାରତୀୟ କ୍ରିକେଟର ରବିଚନ୍ଦ୍ରନ ଅଶ୍ୱିନ ଏବେ ଚର୍ଚ୍ଚାରେ ଅଛନ୍ତି। ସେ ଏକ ମକ୍‌ ନିଲାମ...

ଗୋଲାମୁଣ୍ଡାରେ ଜିଲା ସ୍ତରୀୟ ଜାତୀୟ ପ୍ରେସ ଦିବସ: ବିକାଶ ପାଇଁ ଖବରଦାତାଙ୍କ ସହଯୋଗ ଆବଶ୍ୟକ

ଗୋଲାମୁଣ୍ଡା,୧୬।୧୧(ବଟକୃଷ୍ଣ ପଣ୍ଡା): କଳାହାଣ୍ଡି ଜିଲା ଗୋଲାମୁଣ୍ଡାସ୍ଥିତ କଲ୍ୟାଣମଣ୍ଡପ ଠାରେ ଶନିବାର ଜିଲା ସ୍ତରୀୟ ଜାତୀୟ ପ୍ରେସ ଦିବସ ପାଳିତ ହୋଇଯାଇଛି। କଳାହାଣ୍ଡି ଜିଲା ସାମ୍ବାଦିକ ୟୁନିୟନ...

ରାତିରେ ଫରେଷ୍ଟରଙ୍କୁ ଗଛରେ ବାନ୍ଧିଦେଇ…

ଦେବଗଡ଼,୧୬।୧୧(ଶଶାଙ୍କ ଶେଖର ଝାଙ୍କର) ହାତୀ ଉପଦ୍ରବକୁ ନେଇ ଉତ୍ତେଜନା। ଫରେଷ୍ଟରଙ୍କୁ ଗଛରେ ବାନ୍ଧିଲେ କ୍ଷତିଗ୍ରସ୍ତ ଚାଷୀ। ଏଭଳି ଘଟଣା ଘଟିଛି ଦେବଗଡ଼ ଜିଲା କୁଣ୍ଢେଇଗୋଳା ଥାନା...

୬ ଦିନିଆ ସିଙ୍ଗାପୁର ଗସ୍ତରେ ମୁଖମନ୍ତ୍ରୀ

ଭୁବନେଶ୍ୱର,୧୬।୧୧: ବିଦେଶରୁ ଓଡ଼ିଶାକୁ ଆସିବ ନିବେଶ। ସିଙ୍ଗାପୁରରେ ଶିଳ୍ପ ଜଗତର ଶୀର୍ଷ ନେତୃତ୍ୱଙ୍କୁ ଭେଟି ଓଡ଼ିଶାକୁ ନିମନ୍ତ୍ରଣ କରିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି। ଏ...

ମା’ ମାଣିକେଶ୍ୱରୀ ବିଶ୍ୱବିଦ୍ୟାଳୟ ସମସ୍ୟା ଉଚ୍ଚଶିକ୍ଷା ମନ୍ତ୍ରୀଙ୍କୁ ପୁରାତନ ଛାତ୍ର ସଂଘର ଦାବିପତ୍ର

ଭବାନୀପାଟଣା,୧୫ା୧୧(ଉତ୍ତମ କୁମାର ଦାଶ)-କଳାହାଣ୍ଡି ଜିଲା ଭବାନୀପାଟଣାସ୍ଥିତ ମା’ ମାଣିକେଶ୍ୱରୀ ବିଶ୍ବବିଦ୍ୟାଳୟର ସ୍ବାଭିମାନ ଓ ଅସ୍ମିତା ରକ୍ଷା ପାଇଁ ଶୁକ୍ରବାର ପୁରାତନ ଛାତ୍ରସଂଘ ପକ୍ଷରୁ ଉଚ୍ଚଶିକ୍ଷା ମନ୍ତ୍ରୀ...

ବ୍ଲକ ସ୍ତରୀୟ ସରଗି ଫୁଲ: ପ୍ରତିଭା ଦେଖାଇବେ ଜନଜାତି ଛାତ୍ରୀଛାତ୍ର

ଦାରିଙ୍ଗବାଡି,୧୬।୧୦(ଅରୁଣ ସାହୁ): ଛାତ୍ରୀଛାତ୍ରଙ୍କ ଲୁଚିରହିଥିବା ପ୍ରତିଭାକୁ ଲୋକଲୋଚନକୁ ଆଣିବାକୁ ସରକାରଙ୍କ ପକ୍ଷରୁ ବିଭିନ୍ନ ଯୋଜନା ପ୍ରସ୍ତୁତ କରାଯାଉଛି। ଏହି ନେଇ କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ...

୪ ବର୍ଷର ନାବାଳିକାଙ୍କୁ ମାଛ ମାରିବାକୁ ଯିବା କହି ଘରୁ ଡାକିନେଲେ : ଜଙ୍ଗଲରେ ବଳାତ୍କାର କରି ମାରି ଫିଙ୍ଗିଦେଲେ

ପାଇକମାଳ ୧୬।୧୧(ବଡ଼ ଶତପଥୀ): ବରଗଡ଼ ଜିଲା ପାଇକମାଳ ଥାନା ଅଞ୍ଚଳରେ ଶୁକ୍ରବାର ଏକ ଅମାନୁଷିକ ଘଟଣା ଘଟିଯାଇଛି। ଏହି ଥାନା ଅଧୀନ ସୋଢ଼ା ଗ୍ରାମର ଜଣେ...

Advertisement
Dharitri Youth Conclave 2024

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri