ଭୁବନେଶ୍ୱର,୧୮।୧୧: ସୋମବାର ଓଡ଼ିଶା ପୋଲିସ ହାଉସିଂ ୱେଲଫର୍ କର୍ପୋରେଶନ(OPHWC) ବ୍ରହ୍ମପୁର ଡିଭିଜନର ଡେପୁଟି ଜେନେରାଲ ମ୍ୟାନେଜର୍ ସୁବାଷ ଚନ୍ଦ୍ର ପଣ୍ଡାଙ୍କ ଘରେ ଭିଜିଲାନ୍ସ ଚଢାଉ କରିଛି। ଭିଜିଲାନ୍ସ ଟିମ୍କୁ ଘର ସମ୍ମୁଖରେ ଦେଖି ଡେପୁଟି ଜେନେରାଲ ମ୍ୟାନେଜର୍ ପଡ଼ୋଶୀ ଛାତକୁ ବିଡାବିଡା ଟଙ୍କା ଫିଙ୍ଗିଦେଇଥିଲେ। ପଡ଼ୋଶୀ ଛାତରୁ ୧୪ ଲକ୍ଷ ଟଙ୍କା ଭିଜିଲାନ୍ସ ଜବତ କରିଛି। ସୁବାଷଙ୍କ ଭୁବନେଶ୍ୱର ଓ ବ୍ରହ୍ମପୁର ସମେତ ଏକକାଳୀନ ୪ଟି ସ୍ଥାନରେ ଚଢାଉ କରାଯାଇଛି। ଏହି ସମୟରେ ଡିଜିଏମଙ୍କ ଘରୁ କେଜିଏ ସୁନା ମିଳିଛି। ଏଥିସହ ଭୁବନେଶ୍ବରରେ ୪ଟି ବହୁମୂଲ୍ୟ ପ୍ଲଟ୍, ଗୋଟିଏ କ୍ରେଟା ଓ ଆଉ ଗୋଟିଏ ବେନାମୀ କାର୍ ଠାବ ହୋଇଛି।