ପାରାଦୀପରେ ବଡ଼ ଧରଣର ଜମି ଦୁର୍ନୀତି: ଭିଜିଲାନ୍ସ ପକ୍ଷରୁ ୬ ବଡ଼ବଡ଼ିଆ ଅଧିକାରୀଙ୍କ ଘରେ ଚଢ଼ାଉ

ଭୁବନେଶ୍ୱର,୨୩ା୮(ବ୍ୟୁରୋ): ରାଜ୍ୟରେ ଭିଜିଲାନ୍ସ ପକ୍ଷରୁ ବଡ଼ ଧରଣର ଚଢ଼ାଉ ଚାଲିଛି। ଭୂମିହୀନଙ୍କୁ ବସୁନ୍ଧରା ଯୋଜନାରେ ଜମି ଦେବା ପ୍ରସଙ୍ଗରେ ଏହି ଚଢ଼ାଉ ଚାଲିଥିବା ସୂଚନା ମିଳିଛି।  ଏହି ଚଢାଉରେ ଜଣେ ଏଏସ୍‌ପି, ୧୧ ଡିଏସ୍‌ପି ଓ ୬ ଜଣ ଇନ୍ସପେକ୍ଟର ସାମିଲ ହୋଇଛନ୍ତି ।  ତେବେ ୬ ଜଣ ଅଧିକାରୀଙ୍କ ଘରେ ଏହି ଚଢ଼ାଉ ଜାରି ରହିଛି। ଭିଜିଲାନ୍ସ ବିଭାଗ ପକ୍ଷରୁ ରମେଶ ଚନ୍ଦ୍ର ପଣ୍ଡା, ଓଏଏସ୍‌ ଏକ୍ସ-ତହସିଲଦାର, କୁଜଙ୍ଗ a / p ତହସିଲଦାର ତିହିଡି, (୨) ମହେନ୍ଦ୍ର ପ୍ରସାଦ ମହାନ୍ତି, ଓଏଏସ୍‌, ରିଟ, ଏକ୍ସ-ସବ୍‌-କଲେକ୍ଟର, ଜଗତସିଂହପୁର,(୩) ସନ୍ତୋଷ କୁମାର ମଲ୍ଲିକ, ଏକ୍ସ- ରାଜସ୍ବ ଇନ୍ସପେକ୍ଟର, ଝିମାଣି, ଆର.ଆଇ ସର୍କଲ, (୪) ନରେନ୍ଦ୍ର କୁମାର ଲେଙ୍କା, ଏକ୍ସ-ରେଭିନ୍ୟୁ ଇନ୍ସପେକ୍ଟର, ପାରାଦୀପ ଗଡ଼, ରିଟ୍‌(୫) ସୁବାସ ଚନ୍ଦ୍ର ଦାସ, ରାଜସ୍ବ ଇନ୍ସପେକ୍ଟର, କୁଜଙ୍ଗ (୬) ଜ୍ୟୋତି ଭୂଷଣ ବାରିକ, ରାଜସ୍ବ ନିରୀକ୍ଷକ,  ପାଣ୍ଡୁଆ ସର୍କଲଙ୍କ ନାମରେ ମାମଲା ରୁଜୁ ହୋଇଛି।  ଭୁବନେଶ୍ୱର, କଟକ, ଭଦ୍ରକ ଓ ଜଗତସିଂହପୁରରେ ଏହି ଚଢ଼ାଉ ଜାରି ରହିଛି।

 


Enter your email to get our daily news in your inbox.

All Right Reserved By Dharitri.Com

ଭରତପୁର ମାମଲାର ବିଚାର ବିଭାଗୀୟ ତଦନ୍ତ ନିର୍ଦ୍ଦେଶ ନେଇ ପ୍ରକାଶ ପାଇଲା ବିଜ୍ଞପ୍ତି, ଯଦି ଏହି ଘଟଣା ସହ ଆଉ…

ଭୁବନେଶ୍ୱର,୨୩ା୯: ଭରତପୁର ମାମଲାର ବିଚାର ବିଭାଗୀୟ ତଦନ୍ତ ନିର୍ଦ୍ଦେଶ ନେଇ ସୋମବାର ବିଜ୍ଞପ୍ତି ପ୍ରକାଶ ପାଇଛି। ଏନେଇ ଗୃହ ବିଭାଗ ପକ୍ଷରୁ ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି।...

ବ୍ଲକ ଅଫିସ ସମ୍ମୁଖରେ ହୋଇଥିବା ଆନ୍ଦୋଳନକୁ ବିରୋଧ କଲେ ୧୯ ସରପଞ୍ଚ, ଜିଲାପାଳଙ୍କୁ ଦେଲେ ଦାବିପତ୍ର

କେସିଙ୍ଗା,୨୩ା୯(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ପ୍ରଶାସନ ବିରୋଧରେ ଚାଞ୍ଚେର ପଞ୍ଚାୟତର ସରପଞ୍ଚ ଅଞ୍ଜୁ କୁମାର ବ୍ଲକ ଅଫିସ ଆଗରେ ୩ ଦିନ ଆନ୍ଦୋଳନ...

ଆସୁଛି ଆଉ ଏକ ଲଘୁଚାପ, ୧୨ ଜିଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା

ଭୁବନେଶ୍ୱର,୨୩।୯: ମୌସୁମୀ ଟ୍ରପ୍‌ ଲାଇନ୍‌ ବଙ୍ଗୋପସାଗରର ଦକ୍ଷିଣପୂର୍ବ ଦିଗରେ ଅଗ୍ରସର ହେଉଛି। ସେହିପରି ଆନ୍ଧ୍ରପ୍ରଦେଶ ଉପକୂଳରୁ ଦକ୍ଷିଣ ଉପକୂଳବର୍ତ୍ତୀ ମ୍ୟାନ୍‌ମାର ମଧ୍ୟରେ ୨ଟି ଘୂର୍ଣ୍ଣିବଳୟ ସକ୍ରିୟ...

ଭରତପୁର ମାମଲା: ବିଚାର ବିଭାଗୀୟ ତଦନ୍ତ ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ, ୬୦ ଦିନରେ…

ଭୁବନେଶ୍ୱର,୨୩।୯: ଭରତପୁର ଥାନା ମାମଲାରେ ବିଚାର ବିଭାଗୀୟ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝି । ଉଚ୍ଚସ୍ତରୀୟ ବୈଠକ ପରେ  ମୁଖ୍ୟମନ୍ତ୍ରୀ ଏହି ନିର୍ଦ୍ଦେଶ...

ଟ୍ରକ-ବାଇକ୍‌ ଧକ୍କା: ଚାଲିଗଲା ବାପ-ପୁଅଙ୍କ ଜୀବନ, ମା’ ଗୁରୁତର

ଗୋପାଳପୁର, ୨୨।୯(ନବୀନ ରାଜ ଆଚାରୀ): ଗଞ୍ଜାମ ଜିଲା ୧୬ ନମ୍ବର ଜାତୀୟ ରାଜପଥ ଭାଲିଆଗାଡ଼ ନିକଟରେ ରବିବାର ଏକ ଟ୍ରକ-ବାଇକ୍‌ ମଧ୍ୟରେ ଧକ୍କା ହୋଇଛି। ଦୁର୍ଘଟଣାରେ...

ପୁରୁଷୋତ୍ତମପୁରରେ ବୁଲିଲା ଖଣ୍ଡା: ଭାଜପା କର୍ମୀଙ୍କୁ….

ପୁରୁଷୋତ୍ତମପୁର,୨୨।୯(ସିମାଞ୍ଚଳ ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁରରେ ରାଜନୈତିକ କାରଣକୁ ନେଇ ରବିବାର ଗୋଷ୍ଠୀ ସଂଘର୍ସ ଘଟିଛି। ଏଥିରେ ଉଭୟ ପକ୍ଷରୁ ଦୁଇଜଣ ଆହାତ ହୋଇଛନ୍ତି। ଆହାତମାନେ...

ଗଞ୍ଜେଇ ଜବତ, ଜେଲ ଗଲେ ଅଭିଯୁକ୍ତ

ଦିଗପହଣ୍ଡି,୨୨।୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ପାଟପୁର ପୋଲିସ ରବିବାର ସାନଖେମୁଣ୍ଡି ବ୍ଲକ ଧରମପୁର ଗ୍ରାମ ଶ୍ମଶାନ ନିକଟରୁ ୨ କିଣ୍ଟାଲ ୧୪ କେ.ଜି ୨...

ରାସ୍ତା ପାର୍‌ ହେଉଥିବା ବେଳେ ଧକ୍କା ଦେଲା ଟ୍ରଲର, ୨ ମହିଳା ଗୁରୁତର

କେନ୍ଦୁଝର,୨୨।୯(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ସଦର ଥାନା ଅନ୍ତର୍ଗତ ୨୦ନମ୍ବର ଜାତୀୟ ରାଜପଥ ରାଇସୁଆଁ ପୁରୁଣା ଥାନା ନିକଟରେ ରବିବାର ସାରେ ରାସ୍ତା ଅତିକ୍ରମ କରୁଥିବାବେଳେ...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri