ଭିଜିଲାନ୍ସ ଜାଲରେ ଯନ୍ତ୍ରୀ

ଭବାନୀପାଟଣା,୩ା୩(ସ୍ବ.ପ୍ର.): କଳାହାଣ୍ଡି ଜିଲା ଭବାନୀପାଟଣା କେବିକେ-୧ କ୍ଷୁଦ୍ର ଜଳସେଚନ ବିଭାଗର ଅତିରିକ୍ତ ମୁଖ୍ୟ ଯନ୍ତ୍ରୀ କନ୍ଦର୍ପ ପ୍ରଧାନ ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି। ଭବାନୀପାଟଣାସ୍ଥିତ କ୍ୱାର୍ଟର ଓ କାର୍ଯ୍ୟାଳୟରେ ଭିଜିଲାନ୍ସ ବିଭାଗ ପକ୍ଷରୁ ଆୟ ବହିଃର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଶୁକ୍ରବାର ଚଢ଼ାଉ ଜାରି ରହିଛି। ୪ ଜଣିଆ ଡିଏସ୍‌ପିଙ୍କ ନେତୃତ୍ୱରେ ୧୦ ଜଣ ଇନ୍ସପେକ୍ଟର ଓ ଅନ୍ୟ କର୍ମଚାରୀ ଏହି ଚଢ଼ାଉରେ ସାମିଲ ହୋଇଛନ୍ତି। ଭୁବନେଶ୍ୱର, ଅନୁଗୋଳ ଆଦି ବିଭିନ୍ନ ସ୍ଥାନରେ ତାଙ୍କର ଅମାପ ସମ୍ପତ୍ତି ଥିବା ଜଣାପଡ଼ିଛି।

Share